
ଗ୍ୱାଲିୟର: ବାନମୋରରେ ବସବାସ କରୁଥିବା ୯ ବର୍ଷ ଶିଶୁର ମସ୍ତିଷ୍କ ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଥିଲା। ଏହି ସମୟରେ ଶିଶୁ ପିୟାନୋ ବଜାଉଥିବା ଦେଖିବାକୁ ମିଳିଛି।
ତେବେ ମସ୍ତିଷ୍କ ଟ୍ୟୁମରରେ ପୀଡିତ ଥିବା ଶିଶୁ ସୌମ୍ୟାଙ୍କୁ ଚେତାଶୂନ୍ୟ କରା ନଯାଇ(ଆନାସ୍ଥେସିଆ ନ ଦେଇ) ଅସ୍ତ୍ରୋପଚାର କରାଯାଇଥିଲା। ଏହି ସମୟରେ ସେ ପିୟାନୋ ବଜାଉଥିଲେ। ଡାକ୍ତର ବି ସୌମ୍ୟାଙ୍କ ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ସୌମ୍ୟାଙ୍କୁ ଏହି ଅସ୍ତ୍ରୋପଚାରରେ ତିଳେ ହେଲେ ଯନ୍ତ୍ରଣା ଅନୁଭବ ହୋଇ ନଥିଲା।

ଗ୍ୱାଲିୟରର ବିଆଇଏମଆର ହସ୍ପିଟାଲର ଡାକ୍ତର ଏହି ସଫଳ ଅସ୍ତ୍ରୋପଚାର କରିଥିଲେ। ବରିଷ୍ଠ ନ୍ୟୁରୋ ସର୍ଜନ ଡାକ୍ତର ଅଭିଷେକ ଚୌହ୍ବାନ କହିଛନ୍ତି, ସୌମ୍ୟାଙ୍କ ଯେଉଁ ପଦ୍ଧତିରେ ମସ୍ତିଷ୍କ ଟ୍ୟୁମର ଅସ୍ତ୍ରୋପଚାର କରାଯାଇଥିଲା ସେହି ଅସ୍ତ୍ରୋପଚାରରେ ରୋଗୀଙ୍କ ସମଗ୍ର ଶରୀରକୁ ନିସ୍ତେଜ କରାଯାଇ ନଥାଏ। କେବଳ ଅସ୍ତ୍ରୋପଚାର କରାଯିବା ସ୍ଥାନକୁ କରାଯାଇଥାଏ। ଗ୍ୱାଲିୟରରେ ଏହା ହେଉଛି ପ୍ରଥମ ଅସ୍ତ୍ରୋପଚାର । ଏହି ଅସ୍ତ୍ରୋପଚାର ପ୍ରକ୍ରିୟାର ଫଟୋଗ୍ରାଫି ଏବଂ ଭିଡିଓ ଗ୍ରାଫିଙ୍ଗ୍ ମଧ୍ୟ କରାଯାଇଛି।
ବାନମୋରରେ ରହୁଥିବା ସୌମ୍ୟାଙ୍କର ମସ୍ତିଷ୍କ ଟ୍ୟୁମର ହେତୁ ସମୟ ସମୟରେ ତାଙ୍କୁ ବାତ ମାରୁଥିଲା। ଏମଆରଆଇ ସ୍କାନରୁ ଜଣାପଡିଥିଲା କି ସୌମ୍ୟାଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଛି। ଯାହାର ଯଥାଶୀଘ୍ର ଅସ୍ତ୍ରୋପଚାର କରିବା ଦରକାର ନଚେତ ଅତ୍ୟନ୍ତ ବିପଦଜନକ ହେବ ବୋଲି ଡାକ୍ତର କହିଥିଲେ। ଏଥିସହିତ ଯଦି ଅସ୍ତ୍ରୋପଚାର ସମୟରେ ସାମାନ୍ୟ ତ୍ରୁଟି ହୋଇଥାଆନ୍ତା ତେବେ ସମଗ୍ର ଶରୀର ପକ୍ଷାଘାତ ହେବାର ଆଶଙ୍କା ରହିଥିଲା ବୋଲି ସୌମ୍ୟାଙ୍କ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି।
The post ମସ୍ତିଷ୍କ ଟ୍ୟୁମର ଅସ୍ତ୍ରୋପଚାର ସମୟରେ ୯ବର୍ଷର ଶିଶୁ ବଜାଉଥିଲେ ପିୟାନୋ first appeared on Sambad.
from ବିଶେଷ – Sambad https://ift.tt/3oR7ncK
0 Comments