ଏଣିକି ଭଡ଼ାଟିଆଙ୍କୁ ଚୁକ୍ତି ଅବଧି ପୂର୍ବରୁ ଘରୁ କାଢ଼ିପାରିବେ ନାହିଁ ଘର ମାଲିକ, ବଢ଼ାଇ ପାରିବେ ଭଡ଼ା

ନୂଆଦିଲ୍ଲୀ: ଖୁବ ଶୀଘ୍ର ଦେଶବ୍ୟାପି ଲାଗୁ ହେବ ମଡେଲ ଟେନାନ୍ସି ଆକ୍ଟ ତଥା ଆଦର୍ଶ ଭଡା ଆଇନ। ତେବେ ବର୍ତ୍ତମାନ ସମୟରେ ଉଭୟ ଭଡା ଘର ଏବଂ ଦୋକାନକୁ ନେଇ ସେଭଳି କୌଣସି ନିୟମ କାନୁନ ନଥିବା ବେଳେ ଏହି ଆଇନ ଆସିବା ପରେ ଘର ମାଲିକଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖିଛନ୍ତି ସରକାର। ଏ ନେଇ କେନ୍ଦ୍ର ଗୃହ ଓ ସହରାଂଚଳ ବ୍ୟାପାର ସଚିବଙ୍କ କହିବାନୁସାରେ, ୨୦୧୧ ଜନଗଣନା ଅନୁସାରେ, ଦେଶରେ ପ୍ରାୟ ୧.୧ କୋଟି ଘର ଖାଲି ପଡିଛି । ଯାହାର ମୁଖ୍ୟ କାରଣ ହେଉଛି ଲୋକେ ଘର ଭଡା ଦେବାକୁ କୁଣ୍ଠାବୋଧ କରୁଛନ୍ତି । ତେବେ ଏହି ଆଇନ ଆସିବା ଦ୍ୱାରା ଘର ଭଡାକୁ ନେଇ ଏବେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବ ନାହିଁ ବୋଲି ‌ସେ  କହିଛନ୍ତି । ତେବେ ସରକାରଙ୍କ ଏହି ନୂଆ ଆଇନରେ କଣ ସବୁ ନୀତି ନିୟମ ରହିଛି ଆସନ୍ତୁ ଜାଣିବା ।


Investopedia

ମଡେଲ ଟେନାନ୍ସି ଆକ୍ଟ ଅନୁସାରେ, ଏଣିକି ଭଡାଟିଆଙ୍କୁ ରେଣ୍ଟ ଏଗ୍ରିମେଣ୍ଟର ଧାର୍ଯ୍ୟ ସମୟ ପୂର୍ବରୁ ବାହାର କରିପାରିବେ ନାହିଁ  ଘରମାଲିକ। ତେବେ ଯଦି କୌଣସି ଭଡାଟିଆ ଦୁଇ ମାସ ଯାଏ ଭଡା ଦେଇ ନ ଥିବେ କିମ୍ବା ଭଡାରେ ନେଇଥିବା ଘରକୁ ସେ ଖରାପ କାମରେ ନିୟୋଜିତ କରିଥିବେ ତେବେ ଏଭଳି ପରିସ୍ଥିତିରେ ଘରମାଲିକ ଭଡାଟିଆଙ୍କୁ ନିଜ ଘରୁ ବାହାର କରିପାରିବେ । ସେପଟେ ଭଡାଟିଆଙ୍କ ସୁବିଧାକୁ ମଧ୍ୟ ସରକାରଙ୍କ ଏହି ନୂଆ ନିୟମରେ ଉଲ୍ଲେଖ କରାଯାଇଛି । ତେବେ କୌଣସି ବି ଘର ମାଲିକ ବିନା କୌଣସି ପୂର୍ବ ସୂଚନା ନ ଦେଇ ଭଡାଟିଆଙ୍କୁ ହଠାତ୍ ଘରୁ କାଢି ପାରିବେ ନାହିଁ । ଏଥିପାଇଁ  ଘର ମାଲିକଙ୍କୁ ୨୪ ଘଂଟା ପୂର୍ବରୁ ଭଡାଟିଆଙ୍କୁ ଲିଖିତ ନୋଟିସ ଦେବାକୁ ହେବ । ସେହିଭଳି ଭଡ଼ା ବାବଦକୁ ଭଡାଟିଆଙ୍କଠାରୁ ନିଆଯାଉଥିବା  ସିକ୍ୟୁରିଟି ଡିପୋଜିଟ ପାଇଁ ୨ ମାସର ଭଡାରୁ ଅଧିକ ରକମ  ମାଗିପାରିବେ ନାହିଁ କୌଣସି ବି ଘରମାଲିକ ।

ଯଦି ଭଡାଟିଆ ରେଂଟ ଏଗ୍ରିମେଂଟ ମୁତାବକ ସମୟ ସୀମା ଭିତରେ ଘର ବା ଦୋକାନ ଖାଲି ନକରନ୍ତି ତେବେ ମାଲିକ ଆଗାମୀ ୨ ମାସ ପର୍ଯ୍ୟନ୍ତ ତାଙ୍କଠାରୁ ଦୁଇ ଗୁଣା ଭଡା ମାଗିପାରିବେ । ସେହିଭଳି ଉଭୟ ରେଂଟ୍ ଏଗ୍ରିମେଂଟ ସରିବା ପରେ ବି ଯଦି ଭଡାଟିଆ ଘର ଖାଲି ନକରନ୍ତି ତେବେ ମାଲିକଙ୍କୁ ୪ ଗୁଣା ପର୍ଯ୍ୟନ୍ତ ଭଡ଼ା ମାଗିବାର ଅଧିକାର ରହିବ । ଯଦି ଘର ମାଲିକ ବିଲଡିଂ କିମ୍ବା ଫ୍ଲାଟର ମରାମତି କରିବାକୁ ଚାହୁଁନ୍ତି ତେବେ ରିନୋଭେସନ କାମ ସରିବାର ମାସକ ପରେ ତାଙ୍କୁ ଭଡା ବଢାଇବାକୁ ଅନୁମତି ମିଳିବ । କିନ୍ତୁ ଭଡା ବଢାଇବା ପୂର୍ବରୁ ଭଡାଟିଆଙ୍କ ସହମତି ନେବା ମଧ୍ୟ ନିହାତି ଜରୁରୀ ।  ଯଦିଓ ଏହି ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏହାକୁ ଲାଗୁ କରିବାର ଅଧିକାର ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବ ।

The post ଏଣିକି ଭଡ଼ାଟିଆଙ୍କୁ ଚୁକ୍ତି ଅବଧି ପୂର୍ବରୁ ଘରୁ କାଢ଼ିପାରିବେ ନାହିଁ ଘର ମାଲିକ, ବଢ଼ାଇ ପାରିବେ ଭଡ଼ା first appeared on Sambad.



from ବିଶେଷ – Sambad https://ift.tt/39Ptmwq

Post a Comment

0 Comments