ପ୍ଲାଷ୍ଟର‌୍‌ରେ ଛବିଶ ବର୍ଷ!

ଚିକାଗୋର ବାସିନ୍ଦା ପଞ୍ଚତିରିଶ ବର୍ଷ ବୟସ୍କ କେଭିନ୍‌ ଛବିଶ ବର୍ଷ ହେଲା ଭଙ୍ଗା ହାଡ଼କୁ ଯୋଡ଼ିବା ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟର‌୍‌ ଛାଞ୍ଚ ଧାରଣ କରିଆସିଲେଣି। ମଜାଦାର କଥା ହେଲା, ତାଙ୍କ ଶରୀରର ସମସ୍ତ ଅସ୍ଥି ଅକ୍ଷତ ଓ ତ୍ରୁଟିଶୂନ୍ୟ। ତେବେ, ପ୍ଲାଷ୍ଟର‌୍‌ ନ ବାନ୍ଧିଲେ ତାଙ୍କୁ ଆରାମ ଲାଗୁନାହିଁ। ତେଣୁ, ସେ ଏ ପରି କରୁଛନ୍ତି। ଏହା ଏକ ବିଚିତ୍ର ବିକାର। ଏକଦା ‘ମାଇ ଷ୍ଟ୍ରେଞ୍ଜ୍‌ ଆଡିକ୍‌ସନ୍‌’ ନାମକ ଟେଲିଭିଜନ୍‌ ସୋ’ରେ ତାଙ୍କୁ ଉପସ୍ଥାପିତ କରାଯାଇଥିଲା ଏବଂ ସେ ନିଜ ବିକାର ବାବଦରେ ସମସ୍ତଙ୍କୁ ଅନେକ କଥା କହି, ଚମତ୍କୃତ କରିଥିଲେ। ସେ ସାରା ଶରୀର ପାଇଁ ନିୟମିତ ପ୍ଲାଷ୍ଟର‌୍‌ ଛାଞ୍ଚ ତିଆରି କରାଉଛନ୍ତି। ଏ ବାବଦରେ ସେ ଅଦ୍ୟାବଧି ଭାରତୀୟ ମୁଦ୍ରାରେ ପଚାଶ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରିସାରିଲେଣି।

The post ପ୍ଲାଷ୍ଟର‌୍‌ରେ ଛବିଶ ବର୍ଷ! first appeared on Sambad.



from ବିଶେଷ – Sambad https://ift.tt/3qyuQBb

Post a Comment

0 Comments