
ନୂଆଦିଲ୍ଲୀ: ଅନେକ ଥର ଘର ସଫା ସମୟରେ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥାଏ। କାହାରିକୁ ନିଜ ଛୋଟ ବେଳର ଖେଳନା ମିଳିଥାଏ ତ ଆଉ କାହାକୁ ଜେଜେମା-ଜେଜେବାପାଙ୍କ ପୁରୁଣା ସ୍ମୃତି ମିଳିଥାଏ। ଠିକି ଏମିତି ଏକ ଘଟଣା ମୁମ୍ବାଇସ୍ଥିତ ବିଜୟ ବସରୁରଙ୍କ ସହିତ ଘଟିଛି।
ସେ ନିଜ ମା’ଙ୍କ କୋଠରୀ ସଫା କରୁଥିବା ସମୟରେ ତାଙ୍କ ଜେଜେବାପାଙ୍କ ଡାଏରୀ ପାଇଥିଲେ। ଏହି ଡାଏରୀ ଖୋଲିବା ପରେ ସେଥିରେ ଯାହା ଲେଖାଥିଲା ତାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବି.ଆର ଆମ୍ବେଦକର ଏବଂ ସିଭି ରମଣଙ୍କ ପରି ମହାନ ବ୍ୟକ୍ତିଙ୍କ ପ୍ରକୃତ ଦସ୍ତଖତ ରହିଥିଲା।
Been cleaning my Mom’s place over the last few days. On Saturday we discovered something which I wasn’t aware of was at my house for the last 30 years.
Discovered my grandfather’s autograph book which has signatures of Mahatma Gandhi, Nehru, BR Ambedkar and CV Raman.
Surreal pic.twitter.com/eep8dKsKAz
— Vijay Basrur (@basrur) December 7, 2020
ବିଜୟ ବସରୁର ସମୟ ବିଳମ୍ବ ନକରି ମହାନ ବ୍ୟକ୍ତିଙ୍କ ପ୍ରକୃତ ଦସ୍ତଖତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋ ସେୟାର କରି ସେ ଲେଖିଥିଲେ, ଗତ କିଛିଦିନ ତଳେ ମୁଁ ଘର ସଫା କରୁଥିଲି। ଏହି ସମୟରେ ୩୦ବର୍ଷ ତଳର ଜେଜେ ବାପାଙ୍କର ଦସ୍ତଖତ ଡାଏରୀ ପାଇଥିଲି। ଏଥିରେ ମହାତ୍ମା ଗାନ୍ଧୀ, ନେହେରୁ, ଆମ୍ବେଦକର ଏବଂ ସିଭି ରମଣଙ୍କ ଦସ୍ତଖତ ରହିଛି।
ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କି ନେହେରୁଙ୍କ ଦସ୍ତଖତ ୧୯୩୭ରେ ହୋଇଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଦସ୍ତଖତ ୧୯୩୮ରେ ଓ ଆମ୍ବେଦକରଙ୍କ ଦସ୍ତଖତ ୧୯୪୮ରେ ହୋଇଛି। ସିଭି ରମଣଙ୍କ ଦସ୍ତଖତରେ ତାରିଖ ଲେଖା ନାହିଁ।
ଟୁଇଟର ବ୍ୟବହାରକାରୀମାନେ ଏହି ଡାଏରୀକୁ ସବୁଦିନ ସାଇତି ରଖିବା ପାଇଁ ବିଜୟଙ୍କୁ ପରାମର୍ଶ ଦେଇଛନ୍ତି।
The post ଘର ସଫା ସମୟରେ ମିଳିଥିବା ଜେଜେବାପାଙ୍କ ଡାଏରୀ ଦେଖି ନାତି ହେଲେ ଆଶ୍ଚର୍ଯ୍ୟ: ସେଥିରେ ଥିଲା ଏଭଳି ଜିନିଷ first appeared on Sambad.
from ବିଶେଷ – Sambad https://ift.tt/385PKj1
0 Comments