
ପାଣି ଫୋଟକା ବନେଇବା ବି ଏକ କଳା। ଏହି କଳାରେ ସାମ୍ସାମ୍ ବେଶ୍ ନିପୁଣ। ସମସ୍ତଙ୍କ ଦ୍ବାରା ଏହା ହୁଏନାହିଁ। ସାଧାରଣ ପାଣିରେ ଫୋଟକା ବନାଇବା ଅସମ୍ଭବ। ଏଥି ପାଇଁ ଡିଟର୍ଜେଣ୍ଟ୍ ମିଶ୍ରିତ ବିଶେଷ ପାଣି ଆବଶ୍ୟକ। ପାଣି ଫୋଟକା ବନାଇବା ପିଲାଙ୍କ ଖେଳ। ବହୁ ବ୍ୟବସାୟ ସ˚ସ୍ଥା ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ତରଳ ପଦାର୍ଥ ବଜାରରେ ଛାଡ଼ୁଛନ୍ତି। ସାମ୍ସାମ୍ ଜଣେ ଫୋଟକା ପାଣି ବ୍ୟବସାୟୀ। ତାଙ୍କର ପ୍ରକୃତ ନାମ- ସାମ୍ ହିଥ୍; ତେବେ, ସେ ‘ସାମ୍ସାମ୍ ବବଲ୍ମ୍ୟାନ୍’ ଭାବେ ସୁପରିଚିତ। ବିଶ୍ବର ସବୁଠାରୁ ବଡ଼ ଫୋଟକା ବନାଇବାର ରେକର୍ଡ୍ ତାଙ୍କ ନାମରେ ହିଁ ରହିଛି। କୋଡ଼ିଏ ବର୍ଷ ଗବେଷଣା କରି ସେ ଏକ ନୂଆ ପ୍ରକାରର ତରଳ ପଦାର୍ଥ ବାହାର କରିଛନ୍ତି। ଏହା ଦ୍ବାରା ବିଶାଳକାୟ ଫୋଟକାମାନ ବନାଯାଇପାରୁଛି।
The post ପାଣି ଫୋଟକା କଳାରେ ନିପୁଣ first appeared on Sambad.
from ବିଶେଷ – Sambad https://ift.tt/3q2b7tt
0 Comments