ସମ୍ବିଧାନ ଦିବସ

ଆଜି ଆମ ଦେଶର ‘ସମ୍ବିଧାନ ଦିବସ’। ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁକରାଯାଇଥିଲା। ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି।

ସେହି ବର୍ଷ ‘ଭାରତୀୟ ସମ୍ବିଧାନର ଜନକ’ ବାବାସାହେବ ଭୀମରାଵ ରାମଜୀ ଆମ୍ବେଡ଼କରଙ୍କ ଶହେ ପଚିଶତମ ଜୟନ୍ତୀ ପାଳିତ ହୋଇଥିଲା। ତାଙ୍କ ସମ୍ମାନର୍ଥେ ‘ଭାରତୀୟ ସମ୍ବିଧାନ ଦିବସ’ ପାଳନ ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ତାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ୧୧ ଅକ୍‌ଟୋବର ୨୦୧୫ରେ ମୁମ୍ବାଇରେ ଇନ୍ଦୁ ମିଲ୍‌ସ ପରିସରରେ ‘ବି.ଆର୍‌. ଆମ୍ବେଡ଼କର ମେମୋରିଆଲ୍‌’ର ଭିତ୍ତି ପ୍ରସ୍ତର ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଘୋଷଣା କରିଥିଲେ। ୧୯ ନଭେମ୍ବରରେ ଏଥି ପାଇଁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ସ˚ସଦ ଓ ସମ୍ବିଧାନ ସ˚ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଗାମୀ ପିଢ଼ିକୁ ସମ୍ବିଧାନ ବାବଦରେ ଅଧିକରୁ ଅଧିକ ଜ୍ଞାନ ଦେବା, ଏହି ଦିବସ ପାଳନର ଲକ୍ଷ୍ୟ।

The post ସମ୍ବିଧାନ ଦିବସ first appeared on Sambad.



from ବିଶେଷ – Sambad https://ift.tt/3fAHJ8N

Post a Comment

0 Comments