ଅଜଣା ନମ୍ବରରୁ ମେସେଜ ଆସିଲେ ସହଯୋଗ କରନ୍ତୁ ନାହିଁ, ଆପଣଙ୍କ ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌ ହୋଇପାରେ ହ୍ୟାକ୍‌

ନୂଅ‌ାଦିଲ୍ଲୀ: ହ୍ୱାଟସଆପ୍ ବ୍ୟବହାରକାରୀ ସାବଧାନ୍ ! ଅଜଣା ନମ୍ବରରୁ ଆସିବ ମେସେଜ୍ । ହ୍ୟାକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସାବଧାନ ରୁହନ୍ତୁ, ନହେଲେ ଆପଣ ବି ବଡ଼ ଧରଣର ଠକାମିର ଶିକାର ହୋଇପାରନ୍ତି ।

ଅନଲାଇନ୍ ଠକେଇ ଭଳି ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ, ଏବେ ଠକେଇର ଏମିତି ଏକ ନୂଆ ତରିକା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯଦି ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । ନହେଲେ ହ୍ୟାକ୍ ହୋଇଯାଇପାରେ ଆପଣଙ୍କ ଆକାଉଂଟ । ଏହି ନୂଆ ଠକେଇକୁ ହ୍ୱାଟ୍ସଆପ୍ ଓଟିପି ସ୍କାମ୍ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା କେମିତି ହେଉଛି ଏହି ହ୍ୟାକିଂ ।

ଠକୁଥିବା ଅପରାଧୀ ଓଟିପି ଜରିଆରେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ହ୍ୟାକ୍ କରିନେବେ । ପ୍ରଥମେ ଆପଣଙ୍କ ପାଖକୁ କିମ୍ବା ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିବ ଏବଂ ମେସେଜ୍ କରିଥିବା ବ୍ୟକ୍ତି, ଆପଣଙ୍କୁ ବ୍ୟସ୍ତ ବିବ୍ରତ କରି ଏକ ଓଟିପି ମାଗିବ। ଆପଣଙ୍କୁ ଏହା ମଧ୍ୟ କୁହାଯିବ ଯେ, ସେହି ଓଟିପିଟି ଭୁଲରେ ଆପଣଙ୍କ ନମ୍ବରକୁ ଚାଲିଯାଇଛି । କିଛି ଜରୁରୀକାଳୀନ କାରଣ କହି ଆପଣଙ୍କୁ ସେହି ଓଟିପି ମଗାଯିବ ।

ଯଦି ଆପଣ ଓଟିପି ସେଣ୍ଡ କରିଦେଉଛନ୍ତି, ତେବେ ହ୍ୟାକର୍ସ ଏହାର ଫାଇଦା ଉଠାଇ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଂଟକୁ ହ୍ୟାକ୍ କରିନେବେ । ଆପଣ ଚାହିଁଲେ ବି ଆପଣଙ୍କ ଆକାଉଂଟକୁ ଆଉ ଆପଣ ବ୍ୟବହାର କରିପାରିବେ ନାହିଁ । ଆଉ ହ୍ୟାକର୍ସ ଆପଣଙ୍କ ଆକାଉଂଟର ଅପବ୍ୟବହାର ମଧ୍ୟ କରିପାରନ୍ତି । ଏଭଳି ଫ୍ରଡରୁ ବର୍ତ୍ତିବା ପାଇଁ ଏହା ଜରୁରୀ ଅଟେ ଯେ, ଅଜଣା ନମ୍ବରରୁ ଆସୁଥିବା ମେସେଜରେ ଯଦି କିଏ ଆପଣଙ୍କୁ କୌଣସି ପ୍ରକାରର ଓଟିପି ମାଗୁଛନ୍ତି, ତେବେ ଆପଣ କୌଣସି ସୂଚନା ଦିଅନ୍ତୁ ନାହିଁ । ଅଜଣା ନମ୍ବରରୁ ମେସେଜ୍ ଆସିଲେ, ଯଥା ସମ୍ଭବ ଏହାକୁ ଅଣଦେଖା କରନ୍ତୁ।

The post ଅଜଣା ନମ୍ବରରୁ ମେସେଜ ଆସିଲେ ସହଯୋଗ କରନ୍ତୁ ନାହିଁ, ଆପଣଙ୍କ ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌ ହୋଇପାରେ ହ୍ୟାକ୍‌ first appeared on Sambad.



from ବିଶେଷ – Sambad https://ift.tt/3fx6VNw

Post a Comment

0 Comments