କେବିସି-୧୨ରେ ୧ କୋଟି ଟଙ୍କା ଜିତଲେ ଓଡ଼ିଆ ମହିଳା, ବିଗ୍‌ ବି ‘ସହି ଜୱାବ’ ବୋଲି କହିବା ପରେ ଭାବପ୍ରବଣ ହୋଇପଡ଼ିଲେ ଅନୁପା

ଭୁବନେଶ୍ବର: ମେଗାଷ୍ଟାର୍ ଅମିତାଭ ବଚ୍ଚନ ହୋଷ୍ଟ୍ କରୁଥିବା ଦେଶର ବଡ଼ ରିୟାଲିଟି ସୋ’ ‘କୌନ ବନେଗା କରୋଡପତି’ରେ ବାଜିମାତ କରିଛନ୍ତି ଜଣେ ଓଡ଼ିଆ ମହିଳା। ଝାରସୁଗୁଡ଼ାର ଜଗ୍ଦଲପୁରର ବାସିନ୍ଦା ଅନୁପା ଦାସ ବିଗ୍ ବିଙ୍କ ଏହି ସୋ’ରେ ୧ କୋଟି ଟଙ୍କା ଜିତି ବିଜୟିନୀ ହୋଇଛନ୍ତି। ଅନୁପା ନିଜ କର୍କଟ ଆକ୍ରାନ୍ତ ମାଆଙ୍କ ଚିକିତ୍ସା ସକାଶେ ଏହି ସୋ’ରେ ଭାଗ ନେଇଥିବା କଥା ସେ କହିଛନ୍ତି। ତାଙ୍କୁ ୪୨ ବର୍ଷ ବୟସ। ସେ ଜଗ୍ଦଲପୁରରେ ଶିକ୍ଷକତା କରନ୍ତି।
କୌନ ବନେଗା କରୋଡପତି-୧୨ର ଦ୍ବିତୀୟ କୋଟିପତି ମହିଳା ମୋହିତା ଶର୍ମା ଏବେ ବି ଚର୍ଚ୍ଚାରେ ରହିଥିବା ବେଳେ ତୃତୀୟ କୋଟିପତି ପ୍ରତିଯୋଗୀ ଭାବେ ବିଜୟିନୀ ହୋଇଛନ୍ତି ଅନୁପା। ତାଙ୍କ ବୁଦ୍ଧି ପ୍ରୟୋଗ କରି ଏକ ଚମତ୍କାର ଖେଳ ଖେଳିବା ପରେ ଅନୁପା ତାଙ୍କର ଏହି ସଫଳତା ପାଇଁ ଏବେ ବିଭିନ୍ନ ଆଡୁ ପ୍ରଶଂସିତ ହେବାରେ ଲାଗିଛନ୍ତି।

DNA India

ତାଙ୍କର ବିଫଳ ବିବାହ ଓ ମାଆଙ୍କ ଅସୁସ୍ଥତା ହେତୁ ସେ ଖୁବ୍ ଆର୍ଥିକ ଅଭାବ ଦେଇ ଗତି କରୁଥିଲେ। ଯେତେବେଳେ ଅନୁପାଙ୍କ କୋଟିଏ ଟଙ୍କିଆ ଉତ୍ତରକୁ ବିଗ୍ ବି ଅମିତାଭ ‘ସହି ଜୱାବ’ ବୋଲି କହିଥିଲେ, ସେତେବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ଅନୁପା। ତେବେ, ସେ ହେଉଛନ୍ତି ଏହି ସିଜିନରେ ୭ କୋଟି ଟଙ୍କିଆ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଥିବା ପ୍ରଥମ ପ୍ରତିଯୋଗୀ।

The post କେବିସି-୧୨ରେ ୧ କୋଟି ଟଙ୍କା ଜିତଲେ ଓଡ଼ିଆ ମହିଳା, ବିଗ୍‌ ବି ‘ସହି ଜୱାବ’ ବୋଲି କହିବା ପରେ ଭାବପ୍ରବଣ ହୋଇପଡ଼ିଲେ ଅନୁପା first appeared on Sambad.



from ବିଶେଷ – Sambad https://ift.tt/379IBxy

Post a Comment

0 Comments