ଅପରେସନ୍ ଥିଏଟରରେ ‘ବିଗବସ’ ଦେଖୁଥିଲେ ରୋଗୀ, ମସ୍ତିଷ୍କ ଅପରେସନ କଲେ ଡାକ୍ତର

ବିଶାଖାପାଟଣା: ଗୁରୁତର ରୋଗରେ ପୀଡିତ ରୋଗୀର ଅପରେସନ୍ କରିବା କିଛି ଡାକ୍ତରଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ | ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଡାକ୍ତରମାନେ ରୋଗୀଙ୍କୁ ଅଚେତ ନ କରି ଅପରେସନ କରିଥିଲେ, ଆଉ ରୋଗୀଙ୍କର ଧ୍ୟାନ ଯେମିତି ଅପରେସନ ପ୍ରତି ନ ରହେ, ତାହାର ବ୍ୟବସ୍ଥା କରିଥିଲେ | ଅପରେସନ୍ ଥିଏଟରରେ ରୋଗୀଙ୍କୁ ତାଙ୍କର ପ୍ରିୟ ସୋ ବିଗ୍ ବସ୍ ଏବଂ ହଲିଉଡ ଫିଲ୍ମ ଦେଖାଯାଇଥିଲା |

photo-aajtak

ରୋଗୀ ଜଣକ ବିଗବସ ସୋ ଦେଖୁଥିବାବେଳେ ଡାକ୍ତରମାନେ ମସ୍ତିଷ୍କର ଜଟିଳ ଅପରେସନ କରିଥିଲେ | ମିଳିଥିବା ସୂଚନା ମୁତାବକ, ୩୩ ବର୍ଷୀୟ ରୋଗୀ ବାରା ପ୍ରସାଦଙ୍କ ମସ୍ତିଷ୍କରେ ଟ୍ୟୁମର ହଟାଇବା ପାଇଁ ଡାକ୍ତର ଓପନ ମସ୍ତିଷ୍କ ଅସ୍ତ୍ରୋପଚାର କରିଥିଲେ। ଗୁଣ୍ଟୁରର ବୃନ୍ଦା ନ୍ୟୁରୋ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହା ପରେ ତାଙ୍କୁ ଶନିବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

photo-aajtak

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅସ୍ତ୍ରୋପଚାରରେ ବାରା ପ୍ରସାଦଙ୍କୁ ଚେତାଶୂନ୍ୟ ନହେବା ପାଇଁ ଜାଗ୍ରତ ରଖିବା ଆବଶ୍ୟକ ଥିଲା। ଆଉ ରୋଗୀଙ୍କୁ ମନପସନ୍ଦର ସୋ ଦେଖାଇଥିଲେ | ଡାକ୍ତରମାନେ କମ୍ପ୍ୟୁଟର ମାଧ୍ୟମରେ ମସ୍ତିଷ୍କର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ । ଡାକ୍ତରଙ୍କ ଟିମ୍ ତାଙ୍କ ମୁଣ୍ଡରୁ ଟ୍ୟୁମର ହଟାଇବା ପ୍ରକ୍ରିୟାରେ ଥିବାବେଳେ ରୋଗୀ ତାଙ୍କର ପ୍ରିୟ ସୋ ଏବଂ ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ |

The post ଅପରେସନ୍ ଥିଏଟରରେ 'ବିଗବସ' ଦେଖୁଥିଲେ ରୋଗୀ, ମସ୍ତିଷ୍କ ଅପରେସନ କଲେ ଡାକ୍ତର first appeared on Sambad.



from ବିଶେଷ – Sambad https://ift.tt/2Kr205b

Post a Comment

0 Comments