
ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜଣେ ବ୍ୟକ୍ତିଙ୍କ ଭାଗ୍ୟ ରାତାରାତି ଚମକି ଉଠିଥିବା ଦେଖିବାକୁ ମିଳିଛି। ଜୋସୁଆ ହୁତାଗଲଙ୍ଗୁ ନାମକ ଜଣେ ବ୍ୟକ୍ତି କଫିନ ନିର୍ମାଣ କରନ୍ତି। ଏକଦା ସେ ଘରେ କାମ କରୁଥିବା ବେଳେ ଆକାଶରୁ ଏକ ଅଦ୍ଭୁତ ସାମଗ୍ରୀ ଖସି ପଡ଼ିଥିବା ସେ ଦେଖିବାକୁ ପାଇଥିଲେ।
ଜୋସୁଆ ଏ ସମ୍ପର୍କରେ ପଡ଼ିଶା ଘର ଲୋକଙ୍କୁ ଜଣାଇବା ପରେ ସେମାନେ ଏହାକୁ ଏକ ଉଲକାପିଣ୍ଡ ବୋଲି କହିଥିଲେ। ଯାହାକୁ ୪ ବିଲିୟନ ବର୍ଷ ପୁରୁଣା ବୋଲି କୁହାଯାଉଥିବା ବେଳେ ଏହାର ଓଜନ ୨.୧ କିଲୋଗ୍ରାମରୁ ଅଧିକ ରହିଛି। ଏହି ଉଲକାପିଣ୍ଡର ମୂଲ୍ୟ ୧୪ ଲକ୍ଷ ପାଉଣ୍ଡ ଅର୍ଥାତ ୧୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଆକାଶରୁ ଉଲକାପିଣ୍ଡ ଖସି ପଡ଼ିବାରୁ ଜୋସୁଆ ହୁତାଗଲଙ୍ଗୁଙ୍କ ଘର ଛାତରେ ଛିଦ୍ର ହୋଇଯିବା ସହିତ ଚଟାଣରେ ୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ଗର୍ତ୍ତ ହୋଇଯାଇଥିଲା।
ଏହି ଉଲକାପିଣ୍ଡ ଘରେ ପଡ଼ିବା ପରେ ଜୋସୁଆ ହୁତାଗଲଙ୍ଗୁଙ୍କ ଆର୍ଥିକ ସଙ୍କଟ ଦୂର ହୋଇଯାଇଛି। ଜୋସୁଆ ଏହାକୁ ମାଟି ଖୋଳି ବାହାର କରିଥିଲେ। ଆକାଶରୁ ଉଲକାପିଣ୍ଡ ପଡ଼ିବା ସମୟରେ ଗରମ ଥିଲା। କିଛି ସମୟ ପରେ ଏହା ଥଣ୍ଡା ହୋଇଯାଇଥିଲା। ଉଲକାପିଣ୍ଡଟି ପଡ଼ିବା ସମୟରେ ଜୋର ଶବ୍ଦ ହେବା ସହିତ ଘରର ବିଭିନ୍ନ ସ୍ଥାନ ଥରିବାକୁ ଲାଗିଥିଲା ବୋଲି ଜୋସୁଆ କହିଛନ୍ତି।
The post କାମ କରୁଥିବା ସମୟରେ ଘର ଛାତ କଣା କରି ଆକାଶରୁ ଖସିଲା ଉଲକା; ଗରିବ ବ୍ୟକ୍ତି ହୋଇଗଲେ ୧୦କୋଟି ଟଙ୍କାର ମାଲିକ ! first appeared on Sambad.
from ବିଶେଷ – Sambad https://ift.tt/36LKCzQ
0 Comments