
ପ୍ରତିବର୍ଷ ନଭେମ୍ବର ୩ ତାରିଖରେ ପାଳିତ ହୁଏ ‘ସାଣ୍ତ୍ଉଇଚ୍ ଦିବସ’। ଏହା ସାରା ବିଶ୍ବରେ ଏକ ଲୋକପ୍ରିୟ ଖାଦ୍ୟ। ଏହାର ମୁଖ୍ୟ କାରଣ, ଏହାକୁ ପ୍ରସ୍ତୁତ କରିବା ସହଜ ଓ ଏହା ଶୀଘ୍ର ହଜମ ହୁଏ। ଏହା ଏତେଟା କାଲୋରିବହୁଳ ନୁହେଁ। ଏହା ଶସ୍ତା। ଉଭୟ ଶାକାହାରୀ ଓ ମା˚ସାହାରୀଙ୍କ ପାଇଁ ସାଣ୍ତ୍ଉଇଚ୍ ବନାଯାଏ।
ଇ˚ଲଣ୍ତ୍ ଅନ୍ତର୍ଗତ ସାଣ୍ତ୍ଉଇଚ୍ର ଚତୁର୍ଥ ଅର୍ଲ୍ ଜନ୍ ମଣ୍ଟେଗୁ ଥିଲେ ପୋକର୍ (ଏକ ପ୍ରକାରର ତାସ ଖେଳ) ପ୍ରିୟ। ଥରେ ଖେଳୁଥିବା ବେଳେ ତାଙ୍କୁ ଭୋକ ଲାଗିଲା। ହେଲେ, ଖେଳରୁ ଉଠିବା ପାଇଁ ଇଚ୍ଛା ନ ଥିଲା। ଖାନସମାକୁ ଏଭଳି କିଛି ଖାଦ୍ୟ ପାଇଁ ଆଦେଶ ଦେଲେ, ଯାହା ଖେଳୁଥିବା ବେଳେ ଖାଇହେବ। ଖାନସମା କିମା ସିଝାଇ, ଦୁଇ ଖଣ୍ତ ପାଉଁରୁଟି ଭିତରେ ବଡ଼ ଯତ୍ନରେ ରଖି, ତାଙ୍କ ହାତକୁ ବଢ଼ାଇଦେଲା। ଅର୍ଲ୍ ଖେଳୁଖେଳୁ ସେତକ ଉଦରସ୍ଥ କରିପକାଇଲେ। ଖେଳ ବ୍ୟାହତ ହେଲାନାହିଁ। ଏଭଳି ଜନ୍ମ ହୋଇଥିଲା ସାଣ୍ତ୍ଉଇଚ୍। ଅର୍ଲ୍ ମଣ୍ଟେଗୁଙ୍କୁ ଜନ୍ମ ଦିନକୁ ହିଁ ‘ସାଣ୍ତ୍ଉଇଚ୍ ଦିବସ’ ଭାବେ ପାଳନ କରାଯାଉଛି।
The post ଆଜି ସାଣ୍ତ୍ଓ୍ୱିଚ୍ ଦିବସ first appeared on Sambad.
from ବିଶେଷ – Sambad https://ift.tt/3kTj3KL
0 Comments