
ଅନ୍ୟ ପ୍ରାଣୀମାନେ ମଣିଷ ତୁଳନାରେ ଅଧିକ ଗନ୍ଧାଉଥିବା ଧାରଣା ପ୍ରଚଳିତ। ତେବେ, ଏହି ଧାରଣା ଭ୍ରମାତ୍ମକ। ପ୍ରକୃତରେ ଅନ୍ୟ ପ୍ରାଣୀଙ୍କ ତୁଳନାରେ ମଣିଷ ଅଧିକ ଗନ୍ଧାଏ। ପ୍ରାପ୍ତବୟସ୍କ ଝାଳୁଆ ସ୍ତ୍ରୀ ଓ ପୁରୁଷଙ୍କ ଶରୀରର ଗନ୍ଧ ସବୁଠାରୁ ଅଧିକ। ମଣିଷ ଶରୀରର ପ୍ରତିଟି ଅଙ୍ଗ ଦୁର୍ଗନ୍ଧଯୁକ୍ତ; ପ୍ରାଣୀଙ୍କର କେତେକ ନିର୍ଦିଷ୍ଟ ଅଙ୍ଗ କେବଳ ନିର୍ଦିଷ୍ଟ ସମୟରେ ଗନ୍ଧାଏ।
ମଣିଷ ଶରୀରରେ ବାସକରୁଥିବା ଜୀବାଣୁ ଆଦି ମଧ୍ୟ ଶରୀରର ଦୁର୍ଗନ୍ଧକୁ ପ୍ରଭାବିତ କରିଥା’ନ୍ତି। ମଣିଷ ଶରୀରର ଏହି ଦୁର୍ଗନ୍ଧ ପାଇଁ ହିଁ ଅନ୍ୟୂନ ଦୁଇଟି ପ୍ରଜାତିର ମଶା ଆକର୍ଷିତ ହେଇଥା’ନ୍ତି। ମଣିଷର ଏହି ଗନ୍ଧ-ରହସ୍ୟ ସ˚ପର୍କରେ ଅଧିକ ତଥ୍ୟ ଜଣାପଡ଼ିଲେ, ମାଲେରିଆ ଏବ˚ ପୀତ ଜ୍ବର ପରି ରୋଗର ପ୍ରସାରକୁ ରୋକାଯାଇପାରିବ। ଆମ ଚର୍ମ ଉପରେ ବାସକରୁଥିବା ଜୀବାଣୁମାନେ ନିଜର ଜୀବନ ପାଇଁ ଆମର ଝାଳକୁ ବ୍ୟବହାର କରନ୍ତି। ଏହାର ପରିଣାମ ସ୍ବରୂପ ଚର୍ମ ଉପରେ ବିଭିନ୍ନ ଦୁର୍ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଜମାଟ ବାନ୍ଧେ। ଆଉ ବାରମ୍ବାର ସଫାହେବା ମଣିଷ ପକ୍ଷେ ସ˚ଭବ ନୁହେଁ। ତେଣୁ, ମଣିଷ ଅଧିକ ଗନ୍ଧାଏ।
The post ମଣିଷ ଅଧିକ ଗନ୍ଧାଏ! first appeared on Sambad.
from ବିଶେଷ – Sambad https://ift.tt/2TNx54D
0 Comments