
‘ୟୁନେସ୍କୋ’ ଆନୁକୂଲ୍ୟରେ ୨୦୦୨ରୁ ପ୍ରତିବର୍ଷ ୧୦ ନଭେମ୍ବରରେ ପାଳନ କରାଯାଉଛି ‘ଶାନ୍ତି ଓ ବିକାଶ ପାଇଁ ବିଶ୍ବ ବିଜ୍ଞାନ ଦିବସ’ ବା ଇଂଲିସ୍ରେ ‘ୱାର୍ଲ୍ଡ ସାଇନ୍ସ ଡେ ଫର୍ ପିସ୍ ଆଣ୍ଡ୍ ଡେଭ୍ଲପ୍ମେନ୍ଟ’। ସମାଜର ବିକାଶକୁ ବିଜ୍ଞାନର ଅବଦାନ ମହତ୍ତ୍ବପୂର୍ଣ୍ଣ। ଏହାକୁ କେହି ଅସ୍ବୀକାର କରିପାରିବେନାହିଁ। ତେଣୁ, ଏହି ଦିବସ ପାଳନ କରାଯାଉଛି। ଲୋକଙ୍କୁ ବିଜ୍ଞାନ ବାବଦରେ ଅଧିକରୁ ଅଧିକ ସଚେତନ କରିବା, ଶାନ୍ତି ଓ ବିକାଶ ପାଇଁ ଏହାକୁ ବ୍ୟବହାର କରିବା ଏବଂ ସମାଜ ସହ ଏହାକୁ ଯୋଡ଼ିବା, ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ଅବସରରେ ଆସନ୍ତୁ ବିଜ୍ଞାନ ଓ ବିଜ୍ଞାନୀଙ୍କର ଅବଦାନ ସଂପର୍କରେ ଜାଣିବା ଏବଂ ଏକ ଧାରଣକ୍ଷମ ସମାଜ ପାଇଁ ଏହାର ବ୍ୟବହାର ବାବଦରେ ସଚେତନତା ସୃଷ୍ଟିି କରିବା।
The post ବିଶ୍ୱ ବିଜ୍ଞାନ ଦିବସ first appeared on Sambad.
from ବିଶେଷ – Sambad https://ift.tt/3eHkmdk
0 Comments