
ଜାପାନର ଫୁଜି-ପର୍ବତ ପାଦଦେଶରେ ଆକିଗାହାରା ଜଙ୍ଗଲ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହାର ନାମ-‘ବୃକ୍ଷ ସାଗର’। ଏହି ଜଙ୍ଗଲ ସ˚କ୍ରାନ୍ତରେ ସବୁଠାରୁ ଉଲ୍ଲେଖନୀୟ ତଥା ରୋମାଞ୍ଚକର କଥାଟି ହେଲା, ଏଠାକୁ ଅନେକ ଆତ୍ମହତ୍ୟା କରିବା ପାଇଁ ଆସନ୍ତି। ପ୍ରାୟ ଦୁଇଶହ ବର୍ଷ ତଳୁ ଜାପାନୀମାନେ ଆତ୍ମହତ୍ୟା ନିମନ୍ତେ ଏହି ସ୍ଥାନକୁ ବାଛୁଥିବା ଜଣାଯାଏ।
ଊନବି˚ଶ ଶତାବ୍ଦୀରେ ଜାପାନ୍ର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଦରିଦ୍ର କୃଷକମାନେ ପରିବାର ଭରଣ-ପୋଷଣ କରି ନ ପାରି ଏଠାକୁ ଆସି ଆତ୍ମହତ୍ୟା କରୁଥିଲେ। ପରେ ସିଚୋ ମାତ୍ସୁମୁଚୋ ନିଜର ଉପନ୍ୟାସ ‘କୁରୋଇ କାଇଜୁ’ ବା ‘ବୃକ୍ଷର କୃଷ୍ଣ ସାଗର’ରେ ଏହି ସ୍ଥାନକୁ ଭୟଙ୍କର ଭାବେ ବର୍ଣ୍ଣନା କରିଥିଲେ। ଉପନ୍ୟାସର ଦୁଇ ପ୍ରମୁଖ ଚରିତ୍ର ସେହି ସ୍ଥାନକୁ ହିଁ ଆତ୍ମହତ୍ୟା ପାଇଁ ବାଛିଥିଲେ। ଉପନ୍ୟାସ ପ୍ରକାଶିତ ହେବା ପରେ ସେହି ଜଙ୍ଗଲକୁ ଅନେକ ଜୀବନ ହାରିବା ପାଇଁ ବାଛିଲେ। ଗତ କିଛି ବର୍ଷ ମଧୢରେ ସେଠାରେ ପାଞ୍ଚ ଶହରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଆଜିକାଲି ପୁଲିସ୍ କର୍ମଚାରୀ ନିୟମିତ ଭାବେ ସେଠାରେ ତଲାସ କରୁଛନ୍ତି।
The post ଆତ୍ମହତ୍ୟା ଜଙ୍ଗଲ first appeared on Sambad.
from ବିଶେଷ – Sambad https://ift.tt/3f0lVmE
0 Comments