ବିଶ୍ୱ ସ୍ଥାପତ୍ୟ ଦିବସ

‘ୟୁନିଅନ୍‌ ଇଣ୍ଟର‌୍‌ନେସ୍‌ନାଲ୍‌ ଡେସ୍‌ ଆର୍କିଟେକ୍‌ଟସ’ ଆନୁକୂଲ୍ୟରେ ୨୦୦୫ରୁ ପ୍ରତି ବର୍ଷ ଅକ୍‌ଟୋବର‌ ପ୍ରଥମ ସୋମବାର ଦିନ ପାଳିତ ହେଉଛି ‘ବିଶ୍ୱ ସ୍ଥାପତ୍ୟ ଦିବସ’। ମଣିଷ ସଭ୍ୟତାର ପ୍ରାରମ୍ଭରୁ ସ୍ଥାପତ୍ୟ ବା ନିର୍ମାଣ କଳାକୁ ଗୁରୁତ୍ବ ଦିଆଯାଇଆସିଲାଣି। ଭବିଷ୍ୟତ୍‌ ସ˚ପର୍କିତ ଯୋଜନାରେ ଏହାର ଗୁରୁତ୍ବକୁ କେହି ଅସ୍ବୀକାର କରିପାରିବେନାହିଁ। ପ୍ରାଚୀନ ସ୍ଥାପତ୍ୟ କଳା ବି ଆଧୁନିକ କଳା ତୁଳନାରେ କିଛି କମ୍‌ ନ ଥିଲା। ଏହାର ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ, ଯଥା- ଗିଜାର ପିରାମିଡ୍‌, ବେବିଲୋନ୍‌ର ଝୁଲନ୍ତା ଉଦ୍ୟାନ, ଜୋର୍ଡାନ୍‌ର ପେଟ୍ରା, ଭାରତର ଚାନ୍ଦ ବାଓରୀ, ଚାଇନାର ସୁଦୀର୍ଘ ପ୍ରାଚୀର, ଗ୍ରିସ୍‌ର ପାର୍ଥେନନ୍‌ ଆଦି। ସ୍ଥପତି ଓ ସ୍ଥାପତ୍ୟ ସ˚ପର୍କରେ ଚିନ୍ତା କରିବା, ଏହି ଦିବସ ପାଳନର ଲକ୍ଷ୍ୟ ହେଉ।



from ବିଶେଷ – Sambad https://ift.tt/3njAXYw

Post a Comment

0 Comments