
ନୂଆଦିଲ୍ଲୀ: କୋଭିଡ ରୋଗୀଙ୍କ ସେବା କରିବା ପାଇଁ ସ୍ବେଚ୍ଛାକୃତ ନର୍ସ ଭାବରେ କାମ କରୁଥିବା ଅଭିନେତ୍ରୀ ଶିଖା ମାଲହୋତ୍ରା କିଛି ଦିନ ତଳେ ଚର୍ଚ୍ଚାରେ ରହି ପ୍ରଶଂସା ସାଉଁଟିଥିଲେ। ତେବେ ଗତକାଲି (ଗୁରୁବାର) ସେ କରୋନାରେ ସଂକ୍ରମିତ ଥିବା ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଥିଲେ।
ଶିଖା ଗତ ୬ମାସ ହେବ କରୋନାଭାଇରସ ସଂକ୍ରମିତ ରୋଗୀଙ୍କ ସେବା କରୁଥିଲେ। ସୋସିଆଲ ମିଡିଆରେ ଶିଖା ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, “କରୋନା ପଜିଟିଭ୍ ହେବା ପରେ ଆଡମିଟ ହୋଇଯାଇଛି। ବର୍ତ୍ତମାନ ମୁଁ ଅମ୍ଳଜାନର ଅଭାବ ଅନୁଭବ କରୁଛି | ଏହି ପୋଷ୍ଟ ସେହିମାନଙ୍କ ପାଇଁ, ଯେଉଁମାନେ କହୁଛନ୍ତି ଯେ କରୋନା କିଛି ନୁହେଁ | ଆପଣ ସମସ୍ତଙ୍କ ଶୁଭକାମନା ଓ ପ୍ରାର୍ଥନା ସହିତ ଗତ ଛଅମାସ ହେବ କରୋନା ରୋଗୀଙ୍କ ସେବା କରୁଥିଲି।”
ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ସେ ଡାକ୍ତରଖାନା ଶଯ୍ୟାରେ ଅଛନ୍ତି ଏବଂ ଦ୍ୱିତୀୟ ଫଟୋରେ ସେ ପିପିଏ କିଟ୍ ପିନ୍ଧି ନର୍ସିଂ ପାଇଁ ପ୍ରସ୍ତୁତ ଅଛନ୍ତି |
ମାର୍ଚ୍ଚରେ ଶିଖା କହିଥିଲେ ଯେ, ସେ ମୁମ୍ବାଇର ଏକ ଡାକ୍ତରଖାନାରେ କରୋନା ସହ ଲଢ଼ିବା ପାଇଁ ସ୍ବଚ୍ଛାସେବୀ ଭାବରେ କାମ କରୁଛନ୍ତି।
ଶିଖା ଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ୍ କଲେଜ ଓ ସଫଦରଜଙ୍ଗ ହସ୍ପିଟାଲରେ ନର୍ସିଂ ଡିଗ୍ରୀ ହାସଲ କରିଛନ୍ତି। ବଲିଉଡରେ ତାଙ୍କୁ ‘ଫେନ୍’ ଏବଂ ‘ରନିଂ ଶାଦୀ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା।
from ବିଶେଷ – Sambad https://ift.tt/3iMvyG7
पोस्ट उनके लिए जो कहते हैं कोरोना कुछ नहीं
#serving #continuously from past 6 months with all of your best wishes and prayers 
आप सभी की दुआएँ ने छ: महिने तक जंग के मैदान में सलामत रखा और मुझे पूरा भरोसा है की अब भी आप सब की दुआओं से ही मैं जल्द स्वस्थ हो जाऊँगी
अभी तक कोई vaccine तैयार नहीं हुई है तो अपना व अपने प्रियजनों का ख़्याल रखें, #socialdistancing का पालन करना, मास्क पहनना, नियमित रूप से हाथ बार बार धोना, sanitiser का इस्तेमाल करना न भूले “याद रहे दो गज दूरी मास्क है ज़रूरी”
असीम प्रेम व सम्मान के लिए आभार 
जय हिंद
0 Comments