
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବହୁ ପସନ୍ଦ ଆସିଥାଏ। ଦେଖୁ ଦେଖୁ ଉକ୍ତ ଭିଡିଓ ଓ ଫଟୋ ଭାଇରାଲ ହୋଇଯାଇଥାଏ। ନିକଟରେ ଏମିତି ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଦେଖିବାକୁ ମିଳିଛି।
ଉକ୍ତ ଭିଡିଓରେ ଏକ କୁକୁର ସହିତ ଶିଶୁକୁ ଦେଖିବାକୁ ମିଳୁଛି। ତେବେ ଶିଶୁଟି ଏକାକୀ ଝୁଲଣାରେ ଶୋଇଥିବା ବେଳେ ତା’ ପାଖରେ ତାର ବାପା କି ମା’ ନଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଘରେ ଥିବା ଏକ ପୋଷାକୁକୁର ଶିଶୁକୁ ଏକା ଝୁଲଣାରେ ଶୋଇଥିବା ଦେଖି ପାଖକୁ ଦୌଡ଼ି ଆସି ମା’ର ସ୍ନେହ ଦେବାକୁ ଚେଷ୍ଟା କରୁଛି।
Spread love wherever you can pic.twitter.com/IYd4jJg1bH
— Susanta Nanda IFS (@susantananda3) October 6, 2020
ଯେମିତି କି କହିବାକୁ ଚେଷ୍ଟା କରୁଛି… ‘ଶୋଇପଡ଼, କାନ୍ଦ ନି। ମୁଁ ତତେ ଝୁଲଣାରେ ଝୁଲେଇ ଦେଉଛି। ଭୟ କରନି ମୁଁ ତୋ ପାଖେପାଖେ ଅଛି।’
ଏହି ଦୃଦୟସ୍ପର୍ଶୀ ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ତେବେ ଏହି ଭିଡିଓ ପୂର୍ବରୁ ବି ସେ ପଶୁପକ୍ଷୀମାନଙ୍କ ଖୁବ ସୁନ୍ଦର ସୁନ୍ଦର ଅନେକ ଭିଡିଓ ସେୟାର କରିଥିଲେ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଦାର ପ୍ରତିକ୍ରିୟା ବି ଦେଇଥିଲେ।
from ବିଶେଷ – Sambad https://ift.tt/34FWbHx
0 Comments