ଆଜି ବିଶ୍ୱ ସଂଘାତ ଦିବସ

ପ୍ରତି ବର୍ଷ ଅକ୍‌ଟୋବର ୨୯ରେ ପାଳନ କରାଯାଏ ‘ବିଶ୍ବ ସଂଘାତ ଦିବସ’ ବା ଇଂରେଜୀରେ ‘ୱାର୍ଲ‌୍ଡ ଷ୍ଟ୍ରୋକ୍‌ ଡେ’। ସମସ୍ତ ପ୍ରକାରର ସଂଘାତ ଅର୍ଥାତ୍‌ ହୃଦ୍‌ଘାତ ଓ ମସ୍ତିଷ୍କ ସଂଘାତ ଆଦି ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ।

୨୦୦୬ରୁ ‘ୱାର୍ଲ‌୍ଡ ଷ୍ଟ୍ରୋକ୍‌ ଅର୍ଗାନାଇଜେସନ୍‌’ ଆନୁକୂଲ୍ୟରେ ଏହା ପାଳନ କରାଯାଉଛି। କାନାଡିଆନ୍‌ ନ୍ୟୁରୋସାଇନ୍‌ଟିଷ୍ଟ୍‌ ଡ. ଭ୍ଲାଦିମିର୍‌ ହାସିନ୍‌ସ୍କି, ପ୍ରଥମେ ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସଂପ୍ରତି ସଂଘାତ ସାରା ବିଶ୍ବରେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା। ବାର୍ଷିକ ପ୍ରାୟ ଦେଢ଼ କୋଟି ମଣିଷ କୌଣସି ନା କୌଣସି ପ୍ରକାରର ସଂଘାତ ଭୋଗୁଛନ୍ତି।

ସେମାନଙ୍କ ମଧ୍ୟରୁ ଷାଠିଏ ଲକ୍ଷଙ୍କ ଜୀବନ ଯାଉଛି ଏବଂ ପଚାଶ ଲକ୍ଷ ସ୍ଥାୟୀ ଭାବେ ପଙ୍ଗୁ ହୋଇଯାଉଛନ୍ତି।

The post ଆଜି ବିଶ୍ୱ ସଂଘାତ ଦିବସ first appeared on Sambad.



from ବିଶେଷ – Sambad https://ift.tt/3jJZOly

Post a Comment

0 Comments