ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ଆଜି

୧୯୮୭ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୧୭ ତାରିଖରେ ପାଳିତ ହେଉଛି ‘ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ’। ଦାରିଦ୍ର୍ୟ, କ୍ଷୁଧା, ହି˚ସା ଓ ଭୟ ଦୂରକରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ୧୯୮୭ରେ ଫାଦର‌୍‌ ଜୋସେଫ୍‌ ରିସିନ୍‌ସ୍କିଙ୍କ ନେତୃତ୍ବରେ ପାରିସ୍‌ରେ ଏକ ଲକ୍ଷ ଲୋକ ଏକତ୍ର ହୋଇ, ଏହି ଦିବସ ପାଳନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲେ। ଭୋକ-ଦାରିଦ୍ର, ହି˚ସା-ଭୟ ନ ଥିବା ସମାଜ ଦେଖିବା ପ୍ରତ୍ୟେକ ମଣିଷର ସ୍ବପ୍ନ। ଏହା ଏକ ମାନବିକ ଅଧିକାର। ତେଣୁ, ପ୍ରତ୍ୟେକ ମଣିଷ ଏ ବାବଦରେ ସଚେତନ ହେବା ଉଚିତ।

ଫାଦର‌୍‌ ଜୋସେଫ୍‌ଙ୍କ ପରଲୋକର ଚାରି ବର୍ଷ ପରେ ‘ଜାତି ସ˚ଘ’ ଏହି ଦିବସ ପାଳନକୁ ଅନୁମୋଦନ ଦେଇଥିଲା। ଫାଦର‌୍‌ ଜୋସେଫ୍‌ ଭଲ ଭାବେ ବୁଝିଥିଲେ ଯେ, କୌଣସି ଦେଶର ସରକାର ଆନ୍ତରିକ ଭାବେ ଦାରିଦ୍ର୍ୟର ଦୂରୀକରଣ ଚାହାଁନ୍ତିନାହିଁ। ତେଣୁ, ବିଶ୍ବର ବହୁ ବିଧ ବିକାଶ ସତ୍ତ୍ବେ ଏହି ପୁରାତନ ସାମାଜିକ ବ୍ୟାଧି ବଞ୍ଚିରହିଛି। ନ ହେଲେ, ଆମେରିକା ଭଳି ବିତ୍ତଶାଳୀ ରାଷ୍ଟ୍ରରେ ମଧ୍ୟ ଲୋକେ ଭିକ ମାଗନ୍ତେ କି? ତେଣୁ, ଏହି ବ୍ୟାଧିର ମୂଳୋତ୍ପାଟନ ଲାଗି ସାରା ବିଶ୍ବର ମଣିଷ ଏକତ୍ର ହେବାକୁ ସେ ଆହ୍ବାନ ଦେଇଥିଲେ।

The post ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ଆଜି first appeared on Sambad.



from ବିଶେଷ – Sambad https://ift.tt/3j6P7sH

Post a Comment

0 Comments