କଲମ୍ବସ୍‌ ଡେ : ନବ ବିଶ୍ୱ ଆବିଷ୍କାରଙ୍କ ସ୍ମରଣେ….

ପ୍ରତି ବର୍ଷ ଅକ୍‌ଟୋବର‌ ଦ୍ୱିତୀୟ ସୋମବାର ଦିନ ‘କଲମ୍ବସ୍‌ ଡେ’ ପାଳିତ ହୁଏ। ୧୭୯୨ରେ ଏହା ପ୍ରଥମ ଥର ପାଇଁ ନ୍ୟୁୟର୍କ‌୍‌ରେ ପାଳିତ ହୋଇଥିଲା। ଏହାକୁ ସରକାରୀ ମାନ୍ୟତା ମିଳିଥିଲା ୧୯୩୭ରେ। କାନାଡା, ଇଟାଲି, ସ୍ପେନ୍‌, ପ୍ୟୁଏର‌୍‌ଟୋ ରିକୋ, ଆର୍ଜେଣ୍ଟିନା, କଲମ୍ବିୟା, ଭେନିଜୁଏଲା, କୋଷ୍ଟାରିକା ଏବ˚ କାରିବିୟାନ୍‌ ଦ୍ବୀପସମୂହରେ ମଧ୍ୟ ଏହା ପାଳନ କରାଯାଏ। ୧୪୯୨ ଅକ୍‌ଟୋବର‌ ୧୨ରେ କ୍ରିଷ୍ଟୋଫର‌୍‌ କଲମ୍ବସ୍‌ ଓ ତାଙ୍କ ସାଥୀମାନଙ୍କର ପାଦ ପ୍ରଥମ ଥର ପାଇଁ ଆମେରିକା ମାଟିରେ ପଡ଼ିଥିଲା। ତାହାର ୫୦୦ ବର୍ଷ ପୂର୍ବରୁ ଲିଫ୍‌ ଏରିକ୍‌ସନ୍‌ ଉତ୍ତର ଆମେରିକାରେ ପହଞ୍ଚିଥିଲେ ହେଁ କଲମ୍ବସ୍‌ଙ୍କୁ ଆମେରିକା ବା ନବ ବିଶ୍ୱ ଆବିଷ୍କାରକର ମାନ୍ୟତା ଦିଆଯାଇଛି।

ପୁରାତନ କାଳରେ ନାବିକମାନେ ପିନ୍ଧୁଥିବା ଧଳା-ନୀଳ ରଙ୍ଗର କମିଜ ପିନ୍ଧି, କଲମ୍ବସ୍‌ ଆମେରିକାର କେନ୍ଦ୍ର-ଦକ୍ଷିଣାଞ୍ଚଳରେ ଓହ୍ଲାଇଥିଲେ। ସେ ଭାବିଥିଲେ, ଏସିଆରେ ପହଞ୍ଚିଛନ୍ତି। ସେତେବେଳେ ଆମେରିକାରେ ନଅ କୋଟି ସ୍ଥାନୀୟ ଅଧିବାସୀ ବାସକରୁଥିଲେ। କଲମ୍ବସ୍‌ଙ୍କ ଯୋଗୁଁ ପ୍ରାୟ ତିରିଶ ଲକ୍ଷଙ୍କର ଜୀବନ ଯାଇଥିଲା। ସାମାନ୍ୟ ଅପରାଧ ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ସେ କଠୋର ଦଣ୍ତ ଦେଉଥିଲେ। ମୁଠାଏ ଶସ୍ୟ ଚୋରି ପାଇଁ ଥରେ ଜଣଙ୍କର ନାକ ଓ କାନ କାଟିଦେଇଥିଲେ। କଲମ୍ବସ୍‌ ଥିଲେ ଜେନୋଆର ନାଗରିକ। ତାଙ୍କର ଉତ୍ତରାଧିକାରୀମାନେ ଏବେ ସ୍ପେନ୍‌ରେ ବାସକରୁଛନ୍ତି। ପୃଥିବୀର ଆକାର ସ୍ତନ ଭଳି ବୋଲି ସେ ଭାବୁଥିଲେ। ସେ ଆମେରିକାରେ ଲେମ୍ବୁ ଗଛ ଲଗାଇଥିଲେ। ତାଙ୍କ ପୂର୍ବରୁ ସେଠାରେ ଲେମ୍ବୁ ନ ଥିଲା।



from ବିଶେଷ – Sambad https://ift.tt/30TKCf2

Post a Comment

0 Comments