
ଆଜି ‘ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ’। ବିଶୃଙ୍ଖଳିତ ଜୀବନ-ଶୈଳୀ ଯୋଗୁଁ ବିଶ୍ୱର ଲକ୍ଷ ଲକ୍ଷ ମଣିଷ ଏବେ ଏହି ବ୍ୟାଧିର ଶିକାର। ଏହା ଏକ ଦୁରାରୋଗ୍ୟ ବ୍ୟାଧି। ପ୍ରାଥମିକ ସ୍ତରରେ ଚିକିତ୍ସା କରା ନ ଗଲେ, ମୁକ୍ତି ପାଇବା ଅତି କଷ୍ଟକର। ଏ ବାବଦରେ ସଚେତନତା ସବୁଠାରୁ ଜରୁରୀ; ନ ହେଲେ ସାରା ଜୀବନ ଭୋଗିବାକୁ ପଡ଼େ। ‘ଆର୍ଥ୍ରାଇଟିସ୍’, ଗ୍ରିକ୍ ଶବ୍ଦ ‘ଆର୍ଥ୍ରୋ’ ଓ ‘ଆଇଟିସ୍’ର ସମାହାର। ପ୍ରଥମଟିର ଅର୍ଥ- ସନ୍ଧି ଏବ˚ ଦ୍ବିତୀୟଟିର- ପ୍ରଦାହ; ଅର୍ଥାତ୍, ସନ୍ଧି ପ୍ରଦାହ। ଅନ୍ୟ ରୋଗ କାରଣରୁ ବି ମଣିଷ ସନ୍ଧି ପ୍ରଦାହ ଭୋଗିପାରେ। ଅସ୍ଥି ଥିବା ପ୍ରାଣୀଙ୍କ ଉତ୍ପତ୍ତି ପରଠାରୁ ଏହି ରୋଗ ଧରାପୃଷ୍ଠରେ ଅଛି। ଡାଏନୋସର୍ମାନେ ଏହା ଭୋଗୁଥିବାର ପ୍ରମାଣ ଜୀବାଶ୍ମ ଅଧ୍ୟୟନରୁ ମିଳେ।
ଖ୍ରୀଷ୍ଟପୂର୍ବ ୪୫୦୦ରେ ମଣିଷ ଏହା ଭୋଗୁଥିବାର ପ୍ରମାଣ ରହିଛି। ୧୭୧୫ରେ ଏ ବାବଦରେ ପ୍ରଥମଥର ପାଇଁ ସବିଶେଷ ଅଧ୍ୟୟନ କରିଥିଲେ ଵିଲିଅମ୍ ମସ୍ଗ୍ରେଭ୍ ଏବ˚ ‘ଡି ଆର୍ଥ୍ରାଇଡ୍ ସି˚ପ୍ଟୋମେଟିକା’ ନାମକ ପୁସ୍ତକ ଲେଖିଥିଲେ। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ।
from ବିଶେଷ – Sambad https://ift.tt/2GMfWFq
0 Comments