
ନୂଆଦିଲ୍ଲୀ: ମାର୍ଗଦର୍ଶକ ଅଭାବର ଦୁଃଖକୁ ବେଶ୍ ଭଲ ଭାବରେ ବୁଝନ୍ତି ପାଟ୍ନାର ଏକ ସ୍ଥାନୀୟ ସ୍କୁଲ୍ରେ ପାଠ ପଢ଼ିଥିବା ଆଇଆଇଟି ଛାତ୍ର ଇମ୍ବେସଦ୍ ଅହମ୍ମଦ। ସେ ଆଇଆଇଟି ଖଡ଼ଗପୁରରେ ପାଠ ପଢ଼ିବା ପରେ ଏମଆଇଟି ଅଧ୍ୟୟନରୁ ବଞ୍ଚିତ ହୋଇଥିବା କଥା ତାଙ୍କୁ ଆଜି ପର୍ଯ୍ୟନ୍ତ ବ୍ୟଥିତ କରୁଛି।
ନିଜେ ଅଧ୍ୟୟନ ନ କରିପାରିବାର କଷ୍ଟ ଅନୁଭବ କରିବା ପରେ ସେ ଆହୁରି ହଜାର ହଜାର ଆଶାୟୀ ପରୀକ୍ଷାର୍ଥୀଙ୍କ ପାଇଁ ସମାଧାନର ବାଟ ଖୋଜି ପାଇଛନ୍ତି।
କରୋନା ମହାମାରୀ ସମୟରେ ଯେତେବେଳେ ପ୍ରତିଯୋଗିତାମୂଳକ ପରୀକ୍ଷାର ଭବିଷ୍ୟତ ଅନିଶ୍ଚିତ, ସେତେବେଳେ ଇମ୍ବେସଦ୍ ତାଙ୍କର କିଛି ସାଥୀଙ୍କ ସହ ମିଶି ‘ଫିଲୋ’ ନାମକ ଏକ ଆପ୍ ଲଞ୍ଚ କରିଛନ୍ତି।
ଏହି ଆପ୍, ଯାହା ବର୍ତ୍ତମାନ ଆଣ୍ଡ୍ରଏଡ୍ ଫୋନରେ ଉପଲବ୍ଧ, ମାଗଣାରେ ଛାତ୍ରମାନଙ୍କୁ ବିଶେଷଜ୍ଞଙ୍କ ସହିତ ସିଧାସଳଖ ସଂଯୋଗ କରାଇ ସେମାନଙ୍କର ପାଠକୁ ନେଇ ଥିବା ସନ୍ଦେହ ଦୂର କରିବାରେ ସମର୍ଥ ହେଉଛି।
ଆପ୍ଟି ଜେଇଇ/ନିଟ୍, ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ଜୀବ ବିଜ୍ଞାନରେ ଥିବା ସନ୍ଦେହକୁ ଦୂର କରାଉଛି।
ଏହି ଆପ୍ ଏପରି ଭାବରେ ନିର୍ମିତ ହୋଇଛି ଯେଉଁଥିରେ ଜଣେ ଛାତ୍ର ଭିଡିଓ କଲ୍ କରିପାରିବେ ଏବଂ ଗୋପନୀୟତାକୁ ପୂରା ଗୁରୁତ୍ବ ଦିଆଯାଇଛି ଏଥିରେ। ସମୟ ଏବଂ ପ୍ରଶ୍ନ ପଚାରିବା ପାଇଁ କୌଣସି ସୀମା ନାହିଁ ଏଥିରେ। ଆମର ବିଶେଷଜ୍ଞ ଦଳ ଆଇଆଇଟି, ଏନଆଇଟି, ମେଡିକାଲ କଲେଜ ଏବଂ କିଛି ପେସାଦାର ଅନୁଷ୍ଠାନର ଜଣାଶୁଣା ଅଧ୍ୟାପକଙ୍କୁ ନେଇ ଗଠିତ ବୋଲି ଇମ୍ବେସଦ୍ ଗଣମାଧ୍ୟମକୁ ଜଣାଇଛନ୍ତି।
ଏହି ଆପ୍ ୨୮ ଅଗଷ୍ଟରେ ଲଞ୍ଚ କରାଯାଇଥିଲା ଏବଂ ସେବେଠାରୁ ଏହି ଆପ୍ ଏକ ହଜାର ଥରରୁ ଅଧିକ ଡାଉନଲୋଡ୍ ହୋଇ ସାରିଲାଣି। ଇମ୍ବେସଦ୍ ଉଲ୍ଳେଖ କରିଛନ୍ତି ଯେ ଆପ୍ ଜରିଆରେ ପ୍ରତିଦିନ ୩୦୦-୫୦୦ କଲ୍ ଆସୁଛି।
from ବିଶେଷ – Sambad https://ift.tt/3d31Ew8
0 Comments