ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍ କ‌ମେଣ୍ଟେଟର୍‌ ପିଚ୍‌ରେ ହିଲ୍‌ ପିନ୍ଧିଥିବା ଅଭିଯୋଗ ଆଣିବା ପରେ ରିପୋର୍ଟରକୁ ଏଭଳି ଜବାବ ଦେଲେ ମାରିନା

ଇସ୍‌ଲାମବାଦ୍‌: ଯଦିଓ କ୍ରୀଡ଼ା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ, ମାତ୍ର ପୁରୁଷ ପ୍ରାଧାନ୍ୟ ଦେଶମାନଙ୍କରେ ମହିଳାଙ୍କ ସକ୍ରିୟତାକୁ  ସହଜରେ ଗ୍ରହଣ କରାଯାଏ ନାହିଁ। ଲୋକଙ୍କ ଧାରଣା ରହିଥାଏ ‌ଯେ ମହିଳା ଯଦି ବି କ୍ରୀଡ଼ାରେ ସାମିଲ  ହୁଅନ୍ତି, ସେମାନଙ୍କୁ ପୁରୁଷ ମାର୍ଗଦର୍ଶକଙ୍କ ଆବଶ୍ୟକତା ଥାଏ। ଅଧକାଂଶ ସମୟରେ ସମାଜର ଏଭଳି ମାନସିକତା ଲାଗି ମହିଳାମାନଙ୍କୁ ଅପମାନ ବି ସହିବାକୁ ପଡ଼େ।

ନିକଟରେ ପାକିସ୍ତାନର ପ୍ରଥମ ମହିଳା କ୍ରିକେଟ୍ କ‌ମେଣ୍ଟେଟର୍‌ ତଥା ପୂର୍ବତନ କ୍ରିକେଟର୍‌ ମାରିନା ଇକବାଲ ଜଣେ ଖେଳ ସାମ୍ବାଦିକଙ୍କ ଦ୍ବ‌ାରା ସାମାଲୋଚିତ ହୋଇ ପରେ ଏହାର ଉଚିତ ଜବାବ ରଖି ଚର୍ଚ୍ଚା ପାଲଟିଛନ୍ତି।

କ‌ମେଣ୍ଟେଟର୍‌ ମାରିନା ଇକବାଲ ପିଚ୍‌ରେ ଏକ ହିଲ୍‌ଯୁକ୍ତ ସ୍ୟାଣ୍ଡେଲ୍‌ ପିନ୍ଧି ନଜର ଆସିଥିଲେ ବୋଲି ଅଭିଯୋଗ ଆଣି କାଦିର୍‌ କୱାଜା ନାମକ ଜଣେ ଖେଳ ସାମ୍ବାଦିକ ତାଙ୍କର ୨ଟି ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର କରି ତାଙ୍କୁୁ ସମାଲୋଚନା କରିଥିଲେ।

ହିଲ୍ ପିନ୍ଧି ପିଚ୍‌ରେ ବୁଲିବା ଆଇନଗତ କି? ମତାମତ ଦରକାର ବୋଲି ସେ ସେ ଉର୍ଦୁ ଭାଷାରେ କରିଥିବା ଟ୍ବିଟର୍‌ରେ ଲେଖିଥିଲେ। ମାତ୍ର ସେ ଜାଣି ନଥିଲେ ଯେ ତାଙ୍କର ଏହି ଟ୍ବିଟ୍‌ ପାଇଁ ତାଙ୍କୁ ମାରିନା ଖୋଲାଖୋଲି ଭାବେ ଅପମାନିତ କରିବେ ବୋଲି।

ମ‌ାରିନା କାଦିର୍ କରିଥିବା ଟ୍ବିଟର ଉତ୍ତରରେ ଲେଖିଲେ, ‘ଅଧା ଜ୍ଞାନ ବିପଦଜନକ ହୋଇପାରେ କାଦିର୍। ମୁଁ ପ୍ରି ମ୍ୟାଚ୍‌ କମେଣ୍ଟ୍ରି ବେଳେ ହିଲ୍‌ ପିନ୍ଧିଥିଲି। ପିଚ୍‌ରେ ଫ୍ଲାଟ୍‌ ଜୋତା ପିନ୍ଧିଥିଲି। ମୁଁ ପାକିସ୍ତାନର ଜଣେ ପୂର୍ବତନ ଖେଳାଳି।‌ ମୋତେ ପ୍ରୋଟକଲ୍‌ ଜଣାଅଛି।’



from ବିଶେଷ – Sambad https://ift.tt/3jKPjPm

Post a Comment

0 Comments