ଔଷଧ ଓ ଇଞ୍ଜେକ୍ସନରେ ୬ ଫୁଟ୍‌ର ଦେବୀ ଦୁର୍ଗାଙ୍କ ମୂର୍ତ୍ତି କରି ଚର୍ଚ୍ଚାରେ ଶିଳ୍ପୀ

ଧୁବ୍ରି: ଆସାମର ଧୁବ୍ରିର ଜଣେ କଳାକାର ମିଆଦ ଶେଷ ହୋଇଥିବା ଔଷଧ ଓ ଇଞ୍ଜେକ୍ସନ ବ୍ୟବହାର କରି ମାଆ ଦୁର୍ଗାଙ୍କର ୬ ଫୁଟ୍‌ର ଏକ ମୂର୍ତ୍ତି ତିଆରି କରି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛନ୍ତି। ସଞ୍ଜୀବ ବାସିକ ନାମକ କଳାକାରଙ୍କର ଏହି କୃତି ଇଣ୍ଟର୍‌ନେଟ୍‌ରେ ଭାଇରାଲଲ୍‌ ହେବା ପ‌ରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିବାରେ ଲାଗିଛି। ସଞ୍ଜୀବ ଧୁବ୍ରି ଜିଲ୍ଲା ପ୍ରଶାସନର ଜଣେ କର୍ମଚାରୀ।

ସେ ଗଣମାଧ୍ୟମରେ ତାଙ୍କର ମତ ରଖି କହିଛନ୍ତି, ‘ଏତେ ଦିନ ମଧ୍ୟରେ ମୁଁ ଏକ ନିଆରା ପ୍ରତିମା ତିଆରି କରିବାକୁ ଚେଷ୍ଟା କରିଛି। କୋଭିଡ୍‌-୧୯ ପରିସ୍ଥିତିରେ ଏବେ ସମସ୍ତେ ଔଷଧ ବିଷୟରେ ଚିନ୍ତା କରୁଥିବା କାରଣରୁ ସେହି ନଷ୍ଟ ହୋଇ ଯାଇଥିବା ଔଷଧକୁ ନେଇ ମୁଁ ମୂର୍ତ୍ତି ତିିଆରି କରିବାର ନିଷ୍ପତ୍ତିି ନେଲି।

ସେ ଆହୁରି ବି କହିଛନ୍ତି, ‘ମୁଁ ଦିନେ ଦେଖିଲି ଲୋକମାନେ ଔଷଧ ଦୋକାନ ଆଗରେ ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି। ସେହି ଦୃଶ୍ୟ ଦେଖିବା ପରେ ମାଆ ଦୁର୍ଗାଙ୍କ ମୂର୍ତ୍ତିକୁ ଔଷଧରେ ବନାଇବାର ପରିକଳ୍ପନା ମୋ ମୁଣ୍ଡରେ ଆସିଲା।’

The post ଔଷଧ ଓ ଇଞ୍ଜେକ୍ସନରେ ୬ ଫୁଟ୍‌ର ଦେବୀ ଦୁର୍ଗାଙ୍କ ମୂର୍ତ୍ତି କରି ଚର୍ଚ୍ଚାରେ ଶିଳ୍ପୀ first appeared on Sambad.



from ବିଶେଷ – Sambad https://ift.tt/34qJi5q

Post a Comment

0 Comments