
ନୂଆଦିଲ୍ଲୀ: ନାର୍ଥ ୱେଲ୍ସ ସିମୋନ ଓ ରୋୟୁରକି ଜଣେ ପରିବେଶ କଳାକାର (ଏନଭାରମେଣ୍ଟାଲ )। ରୋୟୁରକି ଭଙ୍ଗା ଗଛଗୁଡ଼ିକରେ ମୂର୍ତ୍ତି ତିଆରି କରିବାରେ ଧୁରନ୍ଧର। ଲୋକେ ତାଙ୍କ କଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।
ଗଛ ଛୋଟ ହେଉ ଅବା ବଡ଼ ରୋୟୁରକି ଅତି ସୁନ୍ଦର ଭାବେ ସେଥିରେ ନିଜ କଳାକୁ ଦେଖାଇ ଥାଆନ୍ତି। ୨୦୧୧ରେ ସେ ଭାଙ୍ଗି ଯାଇଥିବା ୫୦ଫୁଟ ଉଚ୍ଚର ଏକ ବିଶାଳ ବୃକ୍ଷରେ ଆକାଶକୁ ହାତ ବଢ଼ାଇଲା ଭଳି ଏକ କଳା ପ୍ରସ୍ତୁତ କରିଥିଲେ । ଯାହାକୁ ଦେଖି ଦର୍ଶକଙ୍କ ଆଖି ଲାଖି ଯାଇଥିଲା। ଏହି ଗଛକୁ ଦେଖିଲେ ଲାଗୁଥିଲା କି ବାସ୍ତବରେ କେହି ଜଣେ ମଣିଷ ଏତେ ବଡ଼ ହାତ ଆକାଶକୁ ବଢ଼ାଇଛି।
ସେ ଏଭଳି ଭଙ୍ଗା ଗଛରେ ନିଜର କଳାକୃତି ଦେଖାଇଥିବାର ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି।
ତେବେ ଭଙ୍ଗା ଗଛକୁ ନିଜ ଇଚ୍ଛା ମୁତାବକ ସଜେଇବାକୁ ସେ ଟେଣ୍ଡର ଜିତିଥିଲେ। ରୋୟୁରକି ଏହି କାମ ଆରମ୍ଭ କରିବା ପୂର୍ବରୁ ରିସର୍ଚ୍ଚ କରିଥିଲେ। ଏଥିମଧ୍ୟରୁ ଏହି ବିଶାଳ ଗଛ ଥିଲା। ଏହି ଭଙ୍ଗା ଗଛକୁ ସେ ଆକାଶକୁ ହାତ ବଢ଼ାଇଥିବା ଭଳି ରୂପ ଦେବେ ବୋଲି ସ୍ଥିର କରିଥିଲେ।
The post ଝଡ଼ ତୋଫାନରେ ଭାଙ୍ଗି ପଡ଼ିଥିବା ୫୦ଫୁଟର ଉଚ୍ଚ ଗଛକୁ ମଣିଷ ଆକାଶକୁ ହାତ ବଢ଼ାଇଥିବା ଭଳି ରୂପ ଦେଲେ ଶିଳ୍ପୀ first appeared on Sambad.
from ବିଶେଷ – Sambad https://ift.tt/35MGOOa
0 Comments