
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ଧଳା ଚାଦର ଘୋଡ଼ାଇ ହୋଇ ଶୋଇ ଥିବାରୁ ଲୋକମାନେ ରାସ୍ତାରେ ମୃତଦେହ ପଡ଼ିଥିବା ଭାବି ଜମା ହୋଇ ଯାଇଥିଲେ। କିନ୍ତୁ ହଠାତ ଉକ୍ତ ବ୍ୟକ୍ତ ଜଣକ ଉଠି ପଡ଼ିବା ପରେ ଲୋକମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଉ ଥିବା ଦେଖିବାକୁ ମିଳୁଛି। ଏହି ମଜାଳିଆ ଭିଡିଓକୁ ଆଇଏଏସ୍ ଅଧିକାରୀ ଅୱାନିଶ ଶରଣ ସେୟାର କରିଛନ୍ତି।
आजकल लोग चैन से सोने भी नहीं देते.
सौजन्य pic.twitter.com/Jd7ad70q2w— Awanish Sharan (@AwanishSharan) September 9, 2020
ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଧଳା ରଙ୍ଗର ପ୍ଲାଷ୍ଟିକର ଚାଦର ଘୋଡାଇ ହୋଇ ରାସ୍ତାରେ ଶୋଇ ରହିଥିଲେ। ଏହି ଦୃଶ୍ୟ ଦେଖି ଲୋକମାନେ ମୃତଦେହ ପଡ଼ିଥିବା ଭାବି ଭିଡ଼ ଜମାଇ ଦେଇଥିଲେ। ରାସ୍ତାରେ ଧୀରେଧୀରେ ଭିଡ ଜମିବା ଦେଖି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତି ଘୋଡ଼ାଇ ହୋଇଥିବା ପ୍ଲାଷ୍ଟିକ୍ ଚାଦରକୁ ଯେମିତି ହିଁ ଟାଣିଥିଲେ ବ୍ୟକ୍ତି ଜଣକ ତୁରନ୍ତ ଛିଡ଼ା ହୋଇଯାଇଥିଲେ। ବ୍ୟକ୍ତିଙ୍କୁ ଧଳା ପ୍ଲାଷ୍ଟକ ଚାଦର ଭିତରୁ ଉଠିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଭୟରେ ଏଣେତଣେ ଦୌଡ଼ି ପଳାଇଥିଲେ। ବ୍ୟକ୍ତି ଜଣକ ମଧ୍ୟ ତାଙ୍କ ଚାରିପାଖରେ ଭିଡ଼କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ସେପ୍ଟେମ୍ବର ୯ ତାରିଖ ସକାଳେ ଅବନୀଶ ଏହି ଭିଡିଓ ସେୟାର କରିଥିଲେ | ଏପର୍ଯ୍ୟନ୍ତ ଏହାକୁ ୧୦ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨୯୪ଜଣ ଏହାକୁ ରି-ଟ୍ୱିଟ୍ କରିଛନ୍ତି। ଲୋକମାନେ ଏହି ଭିଡିଓକୁ ଦେଖି ମଜାଳିଆ ପ୍ରତିକ୍ରିୟା ବି ଦେଉଛନ୍ତି।
from ବିଶେଷ – Sambad https://ift.tt/33bFXFv


0 Comments