‌ବୋହୂ ହାତରେ କାର୍‌ର ଶୁଭାରମ୍ଭ କରାଉଥିବା ବେଳେ ସୋ’ ରୁମ୍ ଭିତରେ ଘଟିଲା ଏମିତି ଘଟଣା ଯେ ଗଣିବାକୁ ପଡ଼ିଲା ତଣ୍ଡ

ଇନ୍ଦୋର: କାର୍ କିଣିବା ମଧ୍ୟବିତ୍ତ ପରିବାରର ସ୍ବପ୍ନ ହୋଇଥାଏ। ଏପରି ଏକ ପରିବାର ସହିତ କାର୍ କିଣିବା ସମୟରେ ଯେଉଁଭଳି ଅଘଟଣ ଘଟିଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଇନ୍ଦୋରରେ ଏକ ପରିବାର କାର୍ କିଣିବାକୁ ସୋ’ରୁମ୍ ପହଞ୍ଚିଥିଲେ। ସୋ’ରୁମରେ କାର୍ କିଣିବା ପରେ ଶାଶୁ ନିଜ ବୋହୂ ହାତରେ କାର୍‌ର ଶୁଭାରମ୍ଭ କରିବାକୁ କହିଥିଲେ। ବୋହୂ କାରକୁ ଆଗକୁ ଗଡ଼ାଇଥିଲେ କିନ୍ତୁ ଏହାକୁ ରୋକିବା ପାଇଁ ସେ ଭୁଲରେ ବ୍ରେକ୍ ବଦଳରେ ଏକ୍ସିଲେଟରକୁ ଜୋରରେ ଚିପି ଦେଇଥିଲେ। କାର୍ କାଚର କାନ୍ଥକୁ ଭାଙ୍ଗି ୩ଫୁଟ ତଳେ ଅନ୍ୟ କାର୍ ଉପରେ ପଡ଼ି ଯାଇଥିଲା। ସୌଭାଗ୍ୟବଶତଃ ଏଥିରେ କାହାକୁ କୌଣସି ଆଘାତ ଲାଗି ନଥିଲା । କିନ୍ତୁ ୨ଟି କାର୍ କ୍ଷତିଗ୍ରସ୍ତ ହୋଇଥିଲା।

ପରିବାର ଲୋକେ ଯେଉଁ ଗାଡ଼ି କିଣିଥିଲେ ଏହାର ମୂଲ୍ୟ ପାଖାପାଖି ୭ଲକ୍ଷ ଟଙ୍କା ଥିଲା କିନ୍ତୁ ବୋହୂ ଯେଉଁ ଗାଡ଼ିକୁ ଧକ୍କା ମାରିଥିଲେ ସେହି ଗାଡ଼ିର ମୂଲ୍ୟ ୧୫ଲକ୍ଷ ଟଙ୍କା ଥିଲା।
୨ଟି ଗାଡ଼ି ବୀମା କଭର ହେବା ଫଳରେ ପରିବାରକୁ ଅଧିକ କ୍ଷତି ସହିବାକୁ ପଡ଼ି ନଥିଲା କିନ୍ତୁ ସୋ’ ରୁମକୁ ହୋଇଥିବା କ୍ଷତିପୂରଣ ବାବଦକୁ ପରିବାର ଏବଂ ସୋ’ ରୁମ୍ ମାଲିକ ୫୦-୫୦ପ୍ରତିଶତ ଆଦାୟ କରିଥିଲେ।

ତେବେ ଏଭଳି ଘଟଣା ଘଟିବା ନେଇ କେହି ଭାବି ନଥିଲେ। କାରଟି ତିନିଫୁଟ ତଳେ ଅନ୍ୟ କାର ଉପରେ ପଡ଼ିଯିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଚିକିତ ହୋଇ ପଡ଼ିଥିଲେ। ହଠାତ କାରଟି ଏପରି କେମିତି ଦୁର୍ଘଟଣାଗ୍ରସ୍ତ ହେଲା ତାହା କେହି କିଛି ସମୟ ପାଇଁ ବୁଝି ପାରି ନଥିଲେ।



from ବିଶେଷ – Sambad https://ift.tt/3lZEUku

Post a Comment

0 Comments