
ନୂଆଦିଲ୍ଲୀ: ଆମେରିକାର ଜଣେ ସୈନିକ ମା’ଙ୍କ ନାମରେ ପଠାଇଥିବା ଚିଠି ୭୭ ବର୍ଷ ପରେ ଠିକଣାରେ ପହଞ୍ଚିଛି। କିନ୍ତୁ ଦୁଃଖର ବିଷୟ ଚିଠି ପହଞ୍ଚିଲା ବେଳକୁ ସୈନିକ ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଛି। ଏହି ଚିଠିକୁ ସୈନିକଙ୍କ ୯୦ବର୍ଷର ପତ୍ନୀଙ୍କୁୁ ମିଳିଛି ।
‘ମୀରର ୟୁକେ’ ର ରିପୋର୍ଟ ମୁତାବକ ଏହି ଆମେରିକା ସୈନିକଙ୍କ ନାମ ଜନ ଗୋଞ୍ଜାବିଲସ । ସେ ୧୯୪୫ ମସିହା ଡିସେମ୍ବର ୬ ତାରିଖରେ ଅର୍ଥାତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିଜ ମା’ ଙ୍କ ପାଖକୁ ଏକ ଚିଠି ଲେଖିଥିଲେ । ସେତେବେଳେ ଗୋଞ୍ଜାବିଲସଙ୍କୁ ମାତ୍ର ୨୨ ବର୍ଷ ହୋଇଥିବା ବେଳେ ସେ ଜର୍ମାନୀରେ ସେନା ବିଭାଗରେ ଚାକିରି କରୁଥିଲେ ।
ଦୀର୍ଘ ୭୭ ବର୍ଷ ପରେ ଗୋଞ୍ଜାବିଲସଙ୍କର ଏହି ହାତଲେଖା ଚିଠି ତାଙ୍କ ପତ୍ନୀଙ୍କ ପାଖରେ ପହଞ୍ଚିଛି । ୨୦୧୫ ମସିହାରେ ଗୋଞ୍ଜାବିଲସଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ତାଙ୍କ ମା’ ଙ୍କର ବି ଦେହାନ୍ତ ହୋଇଯାଇଥିଲା ।
ଗୋଞ୍ଜାବିଲସ ଏହି ଚିଠିରେ ଲେଖିଥିଲେ କି “ପ୍ରିୟ ମା ଆଜି ତୁମଠାରୁ ମୋତେ ଆଉ ଗୋଟିଏ ଚିଠି ମିଳିଛି, ଓ ଏହା ଜାଣି ମୁଁ ବେସ ଖୁସି କି ସବୁକିଛି ଠିକ ଠାକ ଚାଲିଛି । ମୁଁ ଏଠାରେ ଭଲରେ ଅଛି, ଏଠାରେ ଆମକୁ ଭଲ ଖାଦ୍ୟ ମିଳୁ ନାହିଁ ଅଶା କରୁଛି ଖୁବଶୀଘ୍ର ତୁମସହ ଭେଟ ହେବ, ମନ ଭରି ତୁମ ସହ କଥା ହେବି ।”
The post ସୈନିକ ମା’ଙ୍କ ପାଖକୁ ପଠାଇଥିବା ଚିଠି ୭୭ବର୍ଷ ପରେ ପହଞ୍ଚିଲା; ଲେଖିଥିଲେ ଏଭଳି କଥା first appeared on Sambad.from ବିଶେଷ | Sambad https://ift.tt/3faEHZA
0 Comments