ଦେଖନ୍ତୁ ୬ଟି ସିଂହୀ ସହିତ କିପରି ଜଙ୍ଗଲରେ ବୁଲୁଛନ୍ତି ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁଠାରୁ ପସନ୍ଦର ଭିଡିଓଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁମାନଙ୍କର ଭିଡିଓ ଅନ୍ତର୍ଭୁକ୍ତ । ଏହି କ୍ରମରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବିଶ୍ବାସ କରି ପାରିବେ ନାହିଁ କି କ’ଣ ବାସ୍ତବରେ ଏମିତି ଘଟଣା ଘଟିଛି। ଏହି ଭିଡିଓରେ ଜଣେ ମହିଳା ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୬ ଟି ସିଂହୀ ସହିତ ଜଙ୍ଗଲରେ ବୁଲୁଥିବାର ନଜରକୁ ଆସିଛନ୍ତି ।

ଭିଡିଓ ଦେଖି ଆପଣ ଭାବି ପାରନ୍ତି ଯେ ଏହି ମହିଳା କାହିଁକି ନିଜ ଜୀବନକୁ ଏପରି ବାଜି ଲଗାଇ ଦେଇଛନ୍ତି। ଭିଡିଓରେ ଥିବା ମହିଳା ୬ ଟି ସିଂହୀ ସହିତ ଜଙ୍ଗଲରେ ନିଜ ପୋଷା କୁକୁରଙ୍କ ସହିତ ବୁଲିଲା ଭଳି ବୁଲୁଥିବା ଦେଖିବାକୁ ମିଳୁଛି।

 

 

View this post on Instagram

 

A post shared by SAFARI GALLERY 🦁 (@safarigallery)

ଏହି ଭିଡିଓଟି ଏକ ଜଙ୍ଗଲରେ ସୁଟ୍ ହୋଇଛି, ଯେଉଁଥିରେ ଜଣେ ମହିଳା ୬ଟି ସିଂହୀ ସହିତ ବୁଲୁଥିବାର ନଜର ଆସିଛନ୍ତି । ଭିଡିଓରେ ଏପରି ୬ଟି ସିଂହୀ ସହିତ ବୁଲୁଥିବା ବେଳେ ତାଙ୍କ ମୁହଁରେ କୌଣସି ପ୍ରକାର ଭୟ ନଥିବା ଦେଖିବାକୁ ମିଳୁଛି। ବରଂ ସେ ଏହି ମୁହୂର୍ତ୍ତର ମଜା ନେଉଥବା ଜଣାପଡ଼ିଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସଫାରିଗାଲେରି ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ।

The post ଦେଖନ୍ତୁ ୬ଟି ସିଂହୀ ସହିତ କିପରି ଜଙ୍ଗଲରେ ବୁଲୁଛନ୍ତି ମହିଳା first appeared on Sambad.

from ବିଶେଷ | Sambad https://ift.tt/3tn6vlI

Post a Comment

0 Comments