ଲକଡାଉନର ଲାଭ ଉଠାଇ ୧୪୫ରୁ ଅଧିକ ଡିଗ୍ରୀ ହାସଲ କଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେଲାଣି ବିଶ୍ବକୁ କଲବଲ କଲାଣି କରୋନାର ନୂଆ ନୂଆ ଭାରିଆଣ୍ଟ। ସଂକ୍ରମଣ ବଢ଼ୁଥିବାରୁ ବାରମ୍ବାର ଲକଡାଉନ୍ ହେବା ନେଇ ଲୋକେ ବିରକ୍ତ ହେଉଥିବା ଦେଖାଯାଉଛି।  ଅନେକ ଲୋକ ଲକଡାଉନରେ କିଛି କାମ ନଥିବାରୁ ମାନସିକ ସ୍ତରରେ ଅବସାଦଗ୍ରସ୍ତ ହେଉଥିବାର ଦେଖାଯାଉଥିବା ବେଳେ ଜଣେ ଲୋକ ଲକଡାଉନର ଲାଭ ଉଠାଇ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେରଳର ଜଣେ ବ୍ୟକ୍ତି ଲକଡାଉନର ସୁଯୋଗ ନେଇ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରିଥିବା ଜଣାପଡ଼ିଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ତିରୁବନନ୍ତପୁରମର ବାସିନ୍ଦା ଶାଫି ବିକ୍ରମନ୍ ଦାବି କରିଛନ୍ତି ଯେ କରୋନା ପାଇଁ ହୋଇଥିବା ଲକଡାଉନ ସମୟରେ ସେ ପ୍ରାୟ ୧୬ଟି ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରିଛନ୍ତି। ଲକଡାଉନ୍ ସମୟରେ ସେ ଡିଗ୍ରୀ ହାସଲ କରିବା ଆରମ୍ଭ କରିଥିଲେ ଏବଂ ଏଥିପାଇଁ ଦିନକୁ ୨୦ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିଲେ। ଲକଡାଉନ୍ ସମୟରେ ଲୋକମାନେ ବାହାରକୁ ଆସିପାରୁନଥିବା ବେଳେ ସେ ସେହି ସମୟକୁ ୧୪୫ ଡିଗ୍ରୀ ହାସଲ କରିବାରେ ଲଗାଇଥିଲେ ବୋଲି କହିଛନ୍ତି ଶାଫି ବିକ୍ରମନ୍।

ନିଜ ଅଭିଜ୍ଞତା ବିଷୟରେ ଜଣାଇ ବିକ୍ରମନ କହିଛନ୍ତି ଯେ, ପ୍ରଥମେ ତାଙ୍କୁ ପାଠ ପଢ଼ିବାକୁ ବହୁତ କଷ୍ଟ ଲାଗିଥିଲା। କିନ୍ତୁ ଗୋଟିଏ ପରେ ଗୋଟିଏ ଡିଗ୍ରୀ ହାସଲ କରିବ‌ା ସହ ପଢ଼ିବା ତାଙ୍କ ପାଇଁ ସହଜ ହୋଇଗଲା ଏବଂ ସେ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରିବାରେ ସଫଳ ହେଲେ।

The post ଲକଡାଉନର ଲାଭ ଉଠାଇ ୧୪୫ରୁ ଅଧିକ ଡିଗ୍ରୀ ହାସଲ କଲେ ଏହି ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/3JQwEPQ

Post a Comment

0 Comments