ନିଜ ବୁଦ୍ଧି ବଳ‌ରେ ଏକ ଡ୍ରମକୁ ୱାସିଂ ମେସିରେ ପରିଣତ କଲେ ବ୍ୟକ୍ତି

ନୂଆଦିଲ୍ଲୀ:‌ ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଅନେକ ସମୟରେ ଲେ‌ାକେ ବୁଦ୍ଧି ଖଟାଇ ଅଦ୍ଭୁତ ପ୍ରକାର ଜୁଗାଡ଼ ତିଆରି କରୁଥିବା ବି ଦେଖିବାକୁ ମିଳିଥାଏ। ଯାହାକୁ ନେଇ ‌ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥାଏ।

ନିକଟରେ ଜଣେ ବ୍ୟକ୍ତି ଏକ ଡ୍ରମକୁ ୱାସିଂ ମେସିନରେ ପରିଣତ କରିଥିବାର ଏକ ଭିଡିଓ ଦେଖିବାକୁ ମିଳୁଛି। ଭିଡିଓରେ ନୀଳ ରଙ୍ଗର ଏକ ଡ୍ରମ ଦେଖିବାକୁ ମିଳୁଛି। ଏହି ଡ୍ରମ‌କୁ ସଧାରଣତଃ ଲୋକମାନେ ପାଣି ରଖିବା ପାଇଁ ବ୍ୟବହାର କରିଥାଆନ୍ତି। କିନ୍ତୁ ଜଣେ ବ୍ୟକ୍ତି ନିଜର ବୁଦ୍ଧି ବଳରେ ଏହାକୁ ଏକ ୱାସିଂ ମେସିନରେ ପରିଣତ କରିଛନ୍ତି। ବ୍ୟକ୍ତି ଜଣକ ଡ୍ରମରେ ଏକ ପାଇପ ଓ ଇଲେକ୍ଟ୍ରିକ ମୋଟର ବ୍ୟବହାର କରି ଏକ ସ୍ବଦେଶୀ ମେସିନ ତିଆରି କରିଛନ୍ତି।

ଭିଡିଓକୁ ଇନଷ୍ଟାଗ୍ରାମରେ ଦ.ଫନି.ଅସ ନାମକ ପେଜରେ ସେୟାର କରାଯାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଭିଡିଓକୁ ୪ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅନେକ ଲୋକ ବ୍ୟକ୍ତିଙ୍କ ଏଭଳି ଜୁଗାଡ଼କୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଉକ୍ତ ବ୍ୟକ୍ତିଙ୍କ ଏଭଳି ଜୁଗାଡ଼ ଦେଖି ଇଞ୍ଜିନିୟର ବି ଫେଲ ମାରିଯିବେ।

The post ନିଜ ବୁଦ୍ଧି ବଳ‌ରେ ଏକ ଡ୍ରମକୁ ୱାସିଂ ମେସିରେ ପରିଣତ କଲେ ବ୍ୟକ୍ତି first appeared on Sambad.

from ବିଶେଷ | Sambad https://ift.tt/3q9RO3G

Post a Comment

0 Comments