
ନୂଆଦିଲ୍ଲୀ: ମିଠା ପ୍ରାୟତଃ ସମସ୍ତେ ଖାଇବାକୁ ପସନ୍ଦ କରିଥାଆନ୍ତି। ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକେ ବିଭିନ୍ନ ପ୍ରକାରର ମିଠା ଖାଇବାକୁ ଭଲ ପାଆନ୍ତି। କିଛି ଲୋକ ମିଠାକୁ ଏତେ ପସନ୍ଦ କରନ୍ତି ଯେ ମିଠା ଯେତେ ମହଙ୍ଗା ହୋଇଥିଲେ ବି ସେମାନେ ତାହାକୁ କିଣି ଖାଇଥାଆନ୍ତିି।
ଆଜି ଆମେ ଆପଣଙ୍କୁ ଏପରି ମିଠା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଧନୀଲୋକେ କିଣିବା ପୂର୍ବରୁ ଥରେ ନିଶ୍ଚୟ ଚିନ୍ତା କରିବେ। ଏହି ମିଠା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମିଠାର ସ୍ୱାଦ ସମସ୍ତେ ଚାଖି ପାରିବେ ନାହିଁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ମିଠା ର ମୂଲ୍ୟ କିଲୋଗ୍ରାମ ପ୍ରତି ୧୬ ହଜାର ଟଙ୍କା ରହିଛି।
ଏହାର ମୂଲ୍ୟରୁ ଆପଣ ଏହି ମିଠାର ସ୍ବତନ୍ତ୍ରତାକୁ ଅନୁମାନ କରିପାରିବେ। ଏହି ମିଠାର ନାମ ହେଉଛି ‘ଗୋଲ୍ଡ ପ୍ଲେଟେଡ୍’ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୋକାନୀ ସୁନାର ବ୍ୟବହାର କରି ଏହି ମିଠା ପ୍ରସ୍ତୁତ କରୁଛନ୍ତି। ଏହାକୁ ପ୍ରସ୍ତୁତ କରିବା ପରେ ସେ ସେଥିରେ କେଶର ସଜାଇ ରଖୁଛନ୍ତି। ଏହା ମିଠାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ମୂଲକୁ ବି ବଢ଼ାଇ ଦେଉଛି।
View this post on Instagram
ଏପର୍ଯ୍ୟନ୍ତ ଏହି ମିଠାର ଭିଡିଓକୁ ୮ ଲକ୍ଷରୁ ଅଧିକ ଲାଇକ୍ ମିଳିଛି। କୋଟି କୋଟି ଲୋକ ଏହି ଭିଡିଓ ଦେଖିସାରିଛନ୍ତି।
ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ମତ ଦେଇଛନ୍ତି। ଜଣେ ଉପଭୋକ୍ତା ମିଠା ମୂଲ୍ୟ ବିଷୟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ମୂଲ୍ୟ ଯାହା ବି ହେଉ, କିନ୍ତୁ ମିଠା ଦେଖିବାକୁ ବହୁତ ସୁନ୍ଦର । ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ‘ଏହାକୁ ଖାଇବା ଅପେକ୍ଷା ଏହାର ଗୁଣ୍ଡ ଖାଇ ସନ୍ତୁଷ୍ଟ ହେବା ଭଲ।’
The post ସୁନାର ମିଠାକୁ ନେଇ ଚର୍ଚ୍ଚା, ମୂଲ୍ୟ ଶୁଣି ଲୋକେ କହୁଛନ୍ତି ଏହାର ଗୁଣ୍ଡ ଚାଖି ସନ୍ତୁଷ୍ଟ ହୋଇଯିବା ଭଲ first appeared on Sambad.
from ବିଶେଷ | Sambad https://ift.tt/3r2BPDK
(@oye.foodieee)
0 Comments