
ନୂଆଦିଲ୍ଲୀ: ଏଇ ମାସରେ ଆପଣଙ୍କର କିଛି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ କାମ ଅଛି କି ? ଯଦି ରହିଯାଇଛି ତା’ହେଲେ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନୂତନ ବର୍ଷରେ ୨୦୨୨ରେ, ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟ ଅଛି କିମ୍ବା ଆପଣ ବ୍ୟାଙ୍କ ଶାଖାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଏହା ପୂର୍ବରୁ ଜାନୁୟାରି ମାସରେ ଥିବା ବ୍ୟାଙ୍କ ଛୁଟିଦିନର ତାଲିକା ଯାଞ୍ଚ କରିବାକୁ ପଡିବ। ଏହା ଦ୍ବାରା ଆପଣ ଛୁଟି ପୂର୍ବରୁ ନିଜର କାମ ସାରି ପାରିବେ। ତେବେ ଜାନୁଆରି ମାସରେ ୧୬ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ୧୬ଦିନକୁ ଛାଡ଼ି ବାକି ଦିନ ଆପଣ ବ୍ୟାଙ୍କ କାମ କରିପାରିବେ। ୧୬ଦିନ ଛୁଟିରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ଏବଂ ରବିବାର ମଧ୍ୟ ଅନ୍ତର୍ଭୁକ୍ତ।
ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ ବ୍ୟାଙ୍କ ଛୁଟି ରହିବ। ରାଜ୍ୟ ଅନୁଯାୟୀ ଛୁଟି ଅଲଗା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ଛୁଟି ତାଲିକାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଥିରେ ଛୁଟିଦିନ, ଧାର୍ମିକ ଛୁଟିଦିନ ଏବଂ ବିଭିନ୍ନ ରାଜ୍ୟର ଅନ୍ୟାନ୍ୟ ପର୍ବ ଅନ୍ତର୍ଭୁକ୍ତ ରହିଛି। ଏହି ଆଧାରରେ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
The post ଜାନୁଆରିରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା, ପୂର୍ବରୁ ସାରିନିଅନ୍ତୁ କାମ first appeared on Sambad.from ବିଶେଷ | Sambad https://ift.tt/3sO7B9P
0 Comments