
ଭୋପାଳ: ଶୂନସାନ ରାସ୍ତାରେ କୁନି ଝିଅକୁ ଝୁଣି ପକାଇଲେ ବୁଲା କୁକୁର । ପ୍ରାୟ ୫ଟି କୁକୁର ମିଶି ବିଚ୍ ରାସ୍ତାରେ କୁନି ଝିଅର ହାତ, ଗୋଡ, ମୁଣ୍ଡକୁ କାମୁଡି ରକ୍ତାକ୍ତ କରିପକାଇଥିବା ଜଣାପଡ଼ିଛି । ଏଭଳି ଏକ ଛାତିଥରା ଘଟଣା ଆସିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ । ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି, ୪ବର୍ଷର ଜଣେ ଝିଅକୁ ପିଛା କରୁଛନ୍ତି କିଛି ବୁଲା କୁକୁର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି କୁକୁର କୁନି ଝିଅକୁ ଗୋଡାଉଛନ୍ତି । କୁନି ଝିଅଟି ଭୟଭିତ ହୋଇ ଏଣେତେଣେ ଦୌଡିବାକୁ ଲାଗୁଛି । କୁଆଡେ ଯିବ ବୋଲି ଭାବି ପାରୁନଥିବା ବେଳେ ଠିକ୍ ଏହି ସମୟରେ କୁନି ଝିଅଟିକୁ ଘେରିଯାଉଛନ୍ତି କୁକୁର । ଏହାପରେ ଗୋଟେ କୁକୁର କୁନି ଝିଅର ହାତକୁ କାମୁଡି ଝିଙ୍କି ଦେବା ସହ ତାକୁ ତଳେ ପକାଇଦେଉଛି । ପରେ ଆଉ ୫ଟି କୁକୁର ମିଶି ହାତ, ଗୋଟ, ମୁଣ୍ଡକୁ ଝୁଣି ପକାଉଛନ୍ତି । କୁନି ଝିଅଟି ଅସହାୟ ଅବସ୍ଥାରେ ତଳେ ପଡିରହିଥିବାର ଛାତି ଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ତେବେ ଆକ୍ରମଣ ପରେ ବି କୁନି ଝଅଟିର ଜୀବନ ବଞ୍ଚିଯାଇଥିବା ଜଣାପଡ଼ିଛି । ଠିକ୍ ସମୟରେ ଜଣେ ବ୍ୟକ୍ତି କୁକୁରଙ୍କୁ ଇଟା ମାରି ଘଉଡାଇଦେବା ପରେ କୁନି ଝିଅଟିର ଜୀବନ ବଞ୍ଚିଯାଇଛି । କିନ୍ତୁ, କୁନି ଝିଅଟି ଦେହରେ ଲାଗିଛି ଗଭୀର ଆଘାତ । ମୁଣ୍ଡରୁ ଧାର ଧାର ରକ୍ତ ବହିଯାଉଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ।
ସୂଚନା ଅନୁଯାୟୀ, କୁକୁରଙ୍କ ଶିକାର ହୋଇଥିବା କୁନି ଝିଅଟି ଜଣେ ଦିନ ମଜୁରିଆଙ୍କ ଝିଅ । ବାପାମାଆ କାମ କରୁଥିବା ବେଳେ ଝିଅଟି ରାସ୍ତାରେ ଖେଳୁଥିଲା । ଏହି ସମୟରେ କୁନି ଝିଅକୁ ଆକ୍ରମଣ କରିଥିଲେ ଦଳେ କୁକୁର।
The post କୁନି ଝିଅକୁ ଝୁଣିପକାଇଲେ ବୁଲା କୁକୁର… ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ, ଦେଖନ୍ତୁ, ଭିଡିଓ… first appeared on Sambad.from ବିଶେଷ | Sambad https://ift.tt/34eNTdj
0 Comments