ଆମାଜନ ଦେଉଛି ୩୦,୦୦୦ଟଙ୍କା ଜିତିବାର ସୁଯୋଗ ! ଜାଣନ୍ତୁ କେମିତି ଲାଭ ଉଠାଇବେ

ନୂଆଦିଲ୍ଲୀ: ଆମାଜନ ଦେଉଛି ୩୦,୦୦୦ଟଙ୍କା ଜିତିବାର ସୁଯୋଗ। ଏବେ ଆପଣ ଘରେ ବସି ୩୦,୦୦୦ଟଙ୍କା ଜିତିପାରିବେ। ତେବେ ଏଥିପାଇଁ ଆପଣଙ୍କୁ କେବଳ କିଛି ପ୍ରଶ୍ନର ଉତ୍ତର ଦେବାକୁ ହେବ। ମାତ୍ର ୫ଟି ପ୍ରଶ୍ନର ଉତ୍ତର ଦେଇ ଆପଣ ୩୦,୦୦୦ଟଙ୍କା ଜିତିବାର ସୁଯୋଗ ପାଇବେ। ଆମାଜନରେ ଏବେ ଆପ୍ କୁଇଜ୍ ଆୟୋଜିତ ହୋଇଛି। ଆଜି ଯଦି ଆପଣ ସମସ୍ତ ପାଞ୍ଚଟି ପ୍ରଶ୍ନର ସଠିକ୍ ଉତ୍ତର ଦିଅନ୍ତି ତେବେ ଆପଣ ଭାଗ୍ୟଶାଳୀ ବିଜେତା ହୋଇପାରିବେ। ବିଜେତା ହେବାପରେ ଆପଣଙ୍କୁ ୩୦,୦୦୦ ଟଙ୍କା ପୁରସ୍କାର ଦିଆଯିବ।

ଏହି ପୁରସ୍କାର ଆପଣଙ୍କୁ ଆମାଜନ ପେ’ ବାଲାନ୍ସରେ ଦିଆଯିବ। ତେବେ ଆମାଜନ୍ ଆପ୍ କୁଇଜରେ ଆପଣଙ୍କୁ ସାଧାରଣ ଜ୍ଞାନ ଏବଂ ସାମ୍ପ୍ରତିକ ବିଷୟ ଉପରେ ପ୍ରଶ୍ନ ପଚରାଯିବ। ଏହା ପରେ ବିଜେତାଙ୍କ ଚୟନ ଲକି ଡ୍ର’ ଜରିଆରେ କରାଯିବ। ଏଥିପାଇଁ ଆପଣଙ୍କୁ ଆମାଜନ ଆପ କୁଇଜ ଡାଉନଲୋଡ କରିବାକୁ ହେବ। ଥରେ ଆପ୍ ଡାଉନଲୋଡ୍ ହୋଇଗଲେ, ଆପଣ ଆପଣଙ୍କର ଆମାଜନ ଆକାଉଣ୍ଟ୍ ସହିତ ଏହାକୁ ଲଗ୍ଇନ୍ କରିପାରିବେ। ଏହା ପରେ ଆପରେ ଥିବା ‘ଫନ ଜୋନ୍’ ବିଭାଗକୁ ଯିବେ। ‘ଫନ ଜୋନ୍’ ଖୋଲିବା ପରେ, ଆପଣ ତୃତୀୟ ବିଭାଗରେ ଏକ ଲାଲ ରଙ୍ଗର ବ୍ୟାନର ଦେଖିବେ। ଏଥିରେ ‘ଆନ୍ସର ଆଣ୍ଡ ୱିନ୍’ ଲେଖାଥିବ। ଏହା ଉପରେ କ୍ଲିକ୍ କରି ଆପଣ କୁଇଜ୍ ଖେଳିପାରିବେ।

ଏହି କୁଇଜ୍ ସାରା ଦିନ ପାଇଁ ବୈଧ ଅଟେ। ଏହି ପ୍ରତିଯୋଗିତାରେ ଜଣେ ହିଁ ବିଜେତା ହେବେ। ଲକି ଡ୍ର’ ମାଧ୍ୟମରେ ବିଜେତା ସ୍ଥିର କରାଯିବ। ଆଜିର ବିଜେତାଙ୍କୁ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୩୧ରେ ପୁରସ୍କାର ପ୍ରଦାନ କରାଯିବ।

The post ଆମାଜନ ଦେଉଛି ୩୦,୦୦୦ଟଙ୍କା ଜିତିବାର ସୁଯୋଗ ! ଜାଣନ୍ତୁ କେମିତି ଲାଭ ଉଠାଇବେ first appeared on Sambad.

from ବିଶେଷ | Sambad https://ift.tt/3ez8B9t

Post a Comment

0 Comments