ଅତି ସ୍ନେହରେ ମାଙ୍କଡ଼ ଛୁଆକୁ ପିଠିରେ ବସାଇ ବୁଲାଉଛି ବିଲେଇ

ନୂଆଦିଲ୍ଲୀ: ପ୍ରତିଦିନ ପଶୁପକ୍ଷୀମାନଙ୍କର ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଖିବାକୁ ବେଶ ପସନ୍ଦ ବି କରିଥାଆନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ମାଙ୍କଡ ଛୁଆ ବିଲେଇ ପିଠିରେ ବସି ବୁଲୁଥିବାର ଦେଖିବାକୁ ମିଳୁଛି।

ଧଳା ଓ କଳା ରଙ୍ଗର ଏକ ବିଲେଇ ବି ବହୁତ ସ୍ନେହରେ ମାଙ୍କଡ଼ ଛୁଆକୁ ଧରି ବୁଲାଉଛି। ଆଉ ମାଙ୍କଡ଼ ଛୁଆ ବି ବିଲେଇକୁ ଭୟ ନକରି ଖୁବ ଆନନ୍ଦରେ ବିଲେଇ ପିଠିରେ ବସିଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରୀ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ବିଲେଇ ଓ ମାଙ୍କଡ଼ ଛୁଆର ଏଭଳି ସ୍ନେହ ଭରା ସମ୍ପର୍କର ଭିଡିଓକୁ ବେଶ ପସନ୍ଦ ବି କରିଛନ୍ତି। ଯେପରି ବିଲେଇ ଟି ମାଙ୍କଡ଼ ଛୁଆକୁ ବୁଝାଇ ଦେଇଛି କି ‌ତେ‌ାର ମା’ ନାହିଁ କି ହଉ ଚିନ୍ତା କରନି, ତୁ ମୋ ପିଠିରେ ବସ। ଆଉ ତୁ ଯେଉଁଆଡେ କହିବୁ ମୁଁ ତତେ ବୁଲାଇ ଦେବି।

 

 

 

The post ଅତି ସ୍ନେହରେ ମାଙ୍କଡ଼ ଛୁଆକୁ ପିଠିରେ ବସାଇ ବୁଲାଉଛି ବିଲେଇ first appeared on Sambad.

from ବିଶେଷ | Sambad https://ift.tt/3rxcTpM

Post a Comment

0 Comments