ନିଜ ମୁଣ୍ଡ ଉପରେ ଛାତ ନଥିବା ବ୍ୟକ୍ତି କୁକୁର ପାଇଁ ତିଆରି କଲେ ସୁସଜ୍ଜିତ ଘର, ଲୋକଙ୍କ ମନ କିଣିଲା ଫଟୋ

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କ ମନକୁ ଛୁଇଁଯାଏ। ପୂର୍ବରୁ ଏଭଳି ଅନେକ ଭିଡିଓ ଏବଂ ଫଟୋ ଆମେ ଆପଣଙ୍କୁ ଦେଖାଇଛୁ, ଯାହା ଭାଇରାଲ ହେବା ସହ ଲୋକଙ୍କୁ ଅନେକ କିଛି ଶିଖାଇଥାଏ। ଆମକୁ ପିଲାଦିନରୁ ଶିକ୍ଷା ଦିଆଯାଇଛି ଯେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଯଦି କେହି ଅସୁବିଧାରେ ପଡ଼େ, ତେବେ ତାକୁ ଏକା ନଛାଡ଼ି ସାହାଯ୍ୟର ହାତ ବଢ଼ାଇବା ଉଚିତ।

ndtv

ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଠି ଜଣେ ଯୁବକ ଏକ କୁକୁରକୁ ସାହାଯ୍ୟ କରିଥିବା ଦେଖାଯାଇଛି। ଆଜିକାଲି ମଣିଷ ମଣିଷକୁ ସାହାଯ୍ୟ କରୁନଥିବା ବେଳେ ଭାଇରାଲ ଫଟୋରେ ଥିବା ଯୁବକଙ୍କ କାମ ଏବେ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ନିଜ ମୁଣ୍ଡ ଉପରେ ଛାତ ଖଣ୍ଡେ ନଥାଇ ବି ଯୁବକଜଣକ ବୁଲା କୁକୁର ପାଇଁ ଘର ତିଆରି କରିବା ଦେଖି ଲୋକେ ତାଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି ‌ଯେ, ଜଣେ ବ୍ୟକ୍ତି ଠେଲାଗାଡ଼ି ଉପରେ ଶୋଇଛନ୍ତି ଏବଂ ଏହା ଉପରେ ତିଆରି ହୋଇଥିବା ଏକ ଘର ଭିତରେ କୁକୁରଟି ଶୋଇଛି। ନିଜେ ଅନ୍ଧାରରେ ଶୋଇଥିଲେ ବି ସେ କୁକୁର ଶୋଇଥିବା ଘରକୁ ଲାଇଟରେ ସଜାଇଛନ୍ତି। ଏହି ଫଟୋକୁ ଆଇପିଏସ୍ ଅଧିକାରୀ ଦିପାଂଶୁ କାବ୍ରା ଟ୍ୱିଟରରେ ସେୟାର କରିଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ସେ ଫଟୋ ସହିତ ମନକୁ ଛୁଇଁବା ଭଳି ଏକ ଆକର୍ଷଣୀୟ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, “କିଛି ଲୋକ ଏତେ ଗରିବ ଅଟନ୍ତି ଯେ ସେମାନଙ୍କ ପାଖରେ ଦେବାକୁ କେବଳ ଟଙ୍କା ଥାଏ ଏବଂ କିଛି ଲୋକ ହୃଦୟରୁ ଏତେ ଧନୀ ଅଟନ୍ତି।

The post ନିଜ ମୁଣ୍ଡ ଉପରେ ଛାତ ନଥିବା ବ୍ୟକ୍ତି କୁକୁର ପାଇଁ ତିଆରି କଲେ ସୁସଜ୍ଜିତ ଘର, ଲୋକଙ୍କ ମନ କିଣିଲା ଫଟୋ first appeared on Sambad.

from ବିଶେଷ | Sambad https://ift.tt/3qoU9GH

Post a Comment

0 Comments