ପୁଣି ପ୍ରଧାନମନ୍ତ୍ରୀଙ୍କ ମନ କିଣିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ ସୁନା ପୁଅ ନୀରଜ ଚୋପ୍ରା | ସାରା ଦେଶ ତାଙ୍କୁ ସଲାମ କରିଥିବା ବେଳେ ତାଙ୍କୁ ଅନେକ ପ୍ରଶଂସା କରାଯାଇଥିଲା | ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତି କେବଳ କ୍ରୀଡ଼ାପ୍ରେମୀ କି ସାଧାରଣ ଜନତାଙ୍କର ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ ବଡ ନେତାଙ୍କ ହୃଦୟ ଜିତିଛନ୍ତି ସେ। ଏବେ ପୁଣି ସେ ନିଜ କାମ ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ବନିଛନ୍ତି | ଏମିତିକି ତାଙ୍କ କାମ ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ କରିବାକୁ ବାଧ୍ୟ ହୋଇଛନ୍ତି |

ସୂଚନା ମୁତାବକ, ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ଅହମ୍ମଦାବାଦରେ ଥିବା ଏକ ବିଦ୍ୟାଳୟରେ ପହଞ୍ଚିଥିଲେ | ସେଠାରେ ସେ ପିଲାମାନଙ୍କୁ ଭେଟି ସେମାନଙ୍କୁ ଜାଭେଲିନ୍ ଫିଙ୍ଗିବାର କୌଶଳ ଶିଖାଇଥିଲେ | ଏହା ବ୍ୟତୀତ ପିଲାମାନଙ୍କୁ ଫିଟନେସ୍ ଟିପ୍ସ ଦେଇ ସେମାନଙ୍କୁ ଏହାର ଆବଶ୍ୟକତା ବିଷୟରେ ମଧ୍ୟ ଅବଗତ କରାଇଥିଲେ | ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ଏଥିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି | ସେ ନୀରଜ ଚୋପ୍ରାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା ଏବଂ ଫିଟନେସ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି। ଏହା ସହ ଏହି ଅଭିଯାନକୁ ଜାରି ରଖିବା ପାଇଁ କହିଛନ୍ତି |

The post ପୁଣି ପ୍ରଧାନମନ୍ତ୍ରୀଙ୍କ ମନ କିଣିଲେ ନୀରଜ ଚୋପ୍ରା first appeared on Sambad.

from ବିଶେଷ | Sambad https://ift.tt/3IkZJlw

Post a Comment

0 Comments