
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକାଠି ୬ଟି ବାଘ ବୁଲୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜି ସକାଳେ ଅର୍ଥାତ ଶୁକ୍ରବାର ବଲିଉଡ ଅଭିନେତା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ୬ଟି ବାଘ ଏକାଠି ବୁଲୁଥିବାର ଏକ ଭିଡିଓ ସେୟାର କରିଛନ୍ତି। ଯଦିଓ ଏହି ଭିଡିଓ କେବେକାର ସେବିଷୟରେ ବିଶେଷ କିଛି ସୂଚନା ମିଳିନାହିଁ। ଏହି ଭିଡିଓଟି ମହାରାଷ୍ଟ୍ରର ନାଗପୁର ନିକଟସ୍ଥ ଉମ୍ରେଡ-କରହଣ୍ଡଲା ବନ୍ୟପ୍ରାଣୀ ଅଭୟାରଣ୍ୟରେ ସୁଟିଂ ହୋଇଥିବା ଜଣାଯାଇଛି।
ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇ ଜଣ ଲୋକ ଅଫ-କ୍ୟାମେରା କଥା ହେଉଥିବା ଶୁଣିବାକୁ ମିଳୁଛି। କ୍ଲିପ୍ରେ ଏହା ଦେଖିବାକୁ ମିଳିଛି ଯେ, ଜଙ୍ଗଲରେ ୬ ଟି ବାଘର ଏକ ଗୋଷ୍ଠୀ ଗାଡ଼ି ଆଡକୁ ମାଡି ଆସୁଛନ୍ତି।
Chappar Phad ke ..
Umrer – karhandla
VC : WA forward pic.twitter.com/qrQUb4Jk5P
— Randeep Hooda (@RandeepHooda) November 19, 2021
ଟ୍ୱିଟରରେ ଭିଡିଓ ସେୟାର କରି ଅଭିନେତା ରଣଦୀପ ହୁଡା ଲେଖିଛନ୍ତି, “ଛପର ଫାଡ କେ।” ତେବେ ଏହି କ୍ଲିପ୍ର ସୁଟିଂ ବେଳେ ରଣଦୀପ ସେଠାରେ ନଥିଲେ। ସେ କହିଛନ୍ତି ଯେ ସେ ଏହି ଭିଡିଓକୁ ହ୍ବାଟସଆପରେ ଦେଖିଥିଲେ। ଏହି ଭିଡିଓଟି ତାଙ୍କୁ ଏତେ ଭଲ ଲାଗିଥିଲା କି ସେ ତୁରନ୍ତ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ।
The post ୬ଟି ବାଘ ଏକାଠି ବୁଲୁଥିବାର ଭିଡିଓ ସେୟାର କଲେ ରଣଦୀପ ହୁଡ୍ଡା first appeared on Sambad.
from ବିଶେଷ | Sambad https://ift.tt/2Z1RGZ4
0 Comments