
ନୂଆଦିଲ୍ଲୀ: ପୁଅ/ ଝିଅ ଉନ୍ନତୀ କଲେ ବାପା ଓ ମା’ଙ୍କ ପାଇଁ ଗର୍ବର କଥା ହୋଇଥାଏ। ନିକଟରେ ଉତ୍ତରପ୍ରଦେଶ ପୁଲିସକୁ ୭୨ଜଣ ଡେପୁଟି ଏସପି ମିଳିଯାଇଛନ୍ତି। ଡକ୍ଟର ବିଆର ଆମ୍ବେଦକର ପୁଲିସ ଆକାଡେମିରେ ପାସିଙ୍ଗ ଆଉଟ ପରେଡ ପରେ ଉତ୍ତରପ୍ରଦେଶର ନବନିଯୁକ୍ତ ଅଧିକାରୀମାନେ ସାମିଲ ହୋଇଥିଲେ। ୭୨ଜଣ ଡେପୁଟି ଏସପିଙ୍କ ମଧ୍ୟରୁ ୧୭ଜଣ ମହିଳା ଡେପୁଟି ଏସପି ରହିଛନ୍ତି। ଏହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Father receives salute from his daughter
Apeksha Nimbadia, PPS (Dy SP, UP Police) passed out today from Dr BR Academy, UP Police, Moradabad after completing her training. pic.twitter.com/NQPVYkMtBo
— Anish Kumar (@anishsingh21) November 1, 2021
ଭାଇରାଲ ଭିଡିଓରେ ଉତ୍ତରପ୍ରଦେଶ ପୁଲିସର ଡେପୁଟି ଏସପି ଅପେକ୍ଷା ନିମ୍ବାଡିଆଙ୍କ ଫଟୋ ଦେଖିବାକୁ ମିଳୁଛି। ଏଥିରେ ସେ ତାଙ୍କ ବାପାଙ୍କୁ ସ୍ୟାଲୁଟ ମାରୁଥିବା ଦେଖିବାକୁ ମିଳୁଛି। ତାଙ୍କ ପିତା ହେଉଛନ୍ତି ଆଇଟିବିପି ଡିଆଇଜି ଏପିଏସ ନିମ୍ବାଡିଆ । ଝିଅଙ୍କ ସ୍ୟାଲୁଟର ପ୍ରତିବଦଳରେ ବାପା ବି ସ୍ୟାଲୁଟ ମାରିଥିଲେ। ସେ ତାଙ୍କ ଝିଅଙ୍କ ପ୍ରଶିକ୍ଷଣ ଶେଷ ହେବା ପରେ ଆର୍ଶୀବାଦ ବି ଦେଇଥିଲେ।
ଅପେକ୍ଷା ଗୌତମ ବୃଦ୍ଧ ବିଶ୍ବବିଦ୍ୟାଳୟ ଗ୍ରେଟର ନୋଏଡାରୁ ପ୍ରଥମ ଶ୍ରେଣୀରେ ବିଟେକ ପାସ କରିଥିଲେ। ୨୦୧୮ରେ ସେ ନେଟ ଜେଆରଏଫ ବି ପାସ କରିଥିଲେ। ଅପେକ୍ଷାଙ୍କ ପରିବାର ମୂଳଭାବେ ହାପୁଡ଼ ଜିଲ୍ଲାରେ ବସବାସ କରନ୍ତି। ବାପା ଓ ଝିଅଙ୍କ ଏହି ହୃଦୟସ୍ପର୍ଶୀ ଫଟୋ ଖୁବ ଭାଇରାଲ ହେଉଛି।
The post ହୃଦୟସ୍ପର୍ଶୀ ଦୃଶ୍ୟ; ଡେପୁଟି ଏସପି ଝିଅ ଡିଆଇଜି ବାପାଙ୍କୁ କଲେ ସ୍ୟାଲୁଟ first appeared on Sambad.from ବିଶେଷ | Sambad https://ift.tt/31cyskb
0 Comments