୨୩୮ କୋଟି ଟଙ୍କାରେ ଭିଲ୍ଲା ବିକ୍ରୟ କରିବ ବିଶ୍ବର ସବୁଠୁ ଧନୀ କୁକୁର

ନୂଆଦିଲ୍ଲୀ: ଜର୍ମାନ୍‌ ସେଫର୍ଡ ପ୍ରଜାତିର ‘୬ଷ୍ଠ ଗନ୍ଥୁ’ ନାମକ ବିଶ୍ବର ସବୁଠୁ ଧନୀ କୁକୁର ମିଆମିରେ ଥିବା ତା’ର ଗୋଟାଏ ପ୍ରକାଣ୍ଡ ଭିଲ୍ଲାକୁ ପ୍ରାୟ ୨୩୮ କୋଟି ଟଙ୍କାରେ ବିକ୍ରୟ କରିବ। ତା’ର ଜେଜେବାପା ‘୪ର୍ଥ ଗନ୍ଥୁ’ଙ୍କ ଠାରୁ ଉତ୍ତରାଧିକାରସୂତ୍ରରେ ଗନ୍ଥୁ ପରିବାରର ଉକ୍ତ କୁକୁର ଏତେ ପରିମାଣର ସମ୍ପଦ ପାଇବା ପରେ ପୁଣି କୋଟିପତି ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ୧୯୯୨ରେ ମୃତ୍ୟୁ ସମୟରେ ଜର୍ମାନ୍‌ କାଉଣ୍ଟେସ୍‌ କାର୍ଲୋଟା ଲାଇବେନ୍‌ଷ୍ଟିନ୍‌ ତାଙ୍କ କୁକୁର ୩ୟ ଗୁନ୍ଥକୁ କୋଟି କୋଟି ଡଲାର୍‌ର ଏକ ଟ୍ରଷ୍ଟ୍‌ ଉପହାର ଦେଇଯାଇଥିଲେ। ସେ ଟ୍ରଷ୍ଟ୍‌ର ମୂଲ୍ୟ ପ୍ରାୟ ୫୮ ନିୟୁତ ଡଲାର୍‌ ହେବ ବୋଲି କୁହାଯାଉଛି। ଏହାପରେ ଏହି ପ୍ରଥା ଚାଲୁ ରହିଲା। ‘ଦି ଗୁନ୍ଥୁ ଗ୍ରୁପ୍‌’ ନାମରେ ଦଳେ ଇଟାଲୀୟ ବ୍ୟବସାୟୀ ଉକ୍ତ ଇଷ୍ଟେଟ୍‌ ଚଳାଉଛନ୍ତି। କିନ୍ତୁ, ଉକ୍ତ ‘ଗ୍ରୁପ୍‌’ର ଅଂଶବିଶେଷ ଥିବା ମିଆମି ଭିଲ୍ଲା ‘ଦି ଗୁନ୍ଥୁ କର୍ପୋରେସନ୍‌’ ମାଲିକାନାରେ ଥାଇ ପରିଚାଳିତ ହେଉଛି।

Image Courtesy of Twitter

କୌତୂହଳର କଥା ହେଲା, ‘ତୁଷ୍କାନୀୟ ଶୈଳୀ’ର ଏହି ଭିଲ୍ଲା ଏକଦା ମାଡୋନାଙ୍କ ମାଲିକାନାରେ ଥିଲା। ୨୦୦୦ ମସିହାରେ ୭.୫ ନିୟୁତ ଡଲାର୍‌ରେ ସେ ଏହହାକୁ ବିକ୍ରୟ କରି ଦେଇଥିଲେ। ବିଳାସର ପ୍ରତିଫଳନ କରୁଥିବା ୧୯୨୮ରେ ନିର୍ମିତ ଏହି ଭିଲ୍ଲାର ଭିତର ଓ ବାହାର ଦେଖିବା ଯୋଗ୍ୟ। ଏଥିରେ ରହିଛି ୯ଟି ଶୟନ କକ୍ଷ ଏବଂ ୮.୫ଟ ସ୍ନାନାଗାର। ଭିତର ସାଜସଜ୍ଜାରେ ରହିଛି ଅବିଶ୍ବସନୀୟ ପ୍ରବାଳ ପାହାଚଶ୍ରେଣୀ, ପଥର ଖିଲାଣ ପ୍ରବେଶ ପଥ, ଚୁଲା ଏବଂ ଭୃତ୍ୟା ନିବାସ। ଭିଲ୍ଲା ବାହାରେ ରହିଛି ଗୋଟାଏ ସନ୍ତରଣ ପୁଷ୍କରଣୀ ଏବଂ ବିସ୍କେନ୍‌ ଉପସାଗର ଦେଖିବା ପାଇଁ ସ୍ବତନ୍ତ୍ର ସ୍ଥାନ।

The post ୨୩୮ କୋଟି ଟଙ୍କାରେ ଭିଲ୍ଲା ବିକ୍ରୟ କରିବ ବିଶ୍ବର ସବୁଠୁ ଧନୀ କୁକୁର first appeared on Sambad.

from ବିଶେଷ | Sambad https://ift.tt/3nwcfGC

Post a Comment

0 Comments