ଯୁବତୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଉଡ଼ାଇ ନେଇଗଲା ପକ୍ଷୀ!

ନୂଆଦିଲ୍ଲୀ: ସମୟସମୟରେ ଲୋକମାନଙ୍କ ସହିତ ଏମିତି କିଛି ଘଟଣା ଘଟିଯାଇଥାଏ ଯାହାକୁ ସେମାନେ କଳ୍ପନା ବି କରି ନଥାଆନ୍ତି। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି ମଣିଷକୁ ସର୍ବଦା ସତର୍କ ରହିବାକୁ ହେବ। ନଚେତ କେତେବେଳେ ଯେ କ’ଣ ହେବ ତାହା କେହି କହି ପାରିବେ ନାହିଁ।

ସୋସିଆଲ ମିଡିଆରେ ଯେଉଁ ଭିଡିଓ ପୋଷ୍ଟ କରାଯାଇଛି, ସେଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଦୁଇଜଣ ଯୁବତୀ ଏକ ପାର୍କରେ ବିଶ୍ରାମ ନେଉଛନ୍ତି। ବିଶ୍ରାମ କରୁଥିବା ସ୍ଥାନରେ କିଛି ସାମଗ୍ରୀ ଓ ଟଙ୍କା ଭର୍ତ୍ତି ଥିବା ଏକ ପର୍ସ ରଖିଥିଲେ। ଏହି ସମୟରେ ଏକ ପକ୍ଷୀ ଉଡି ଆସି ଆଖି ପିଛୁଳାକେ ଯୁବତୀ ରଖିଥିବା ଟଙ୍କା ଭର୍ତ୍ତି ପର୍ସକୁ ଉଡ଼ାଇ ନେଇଥିଲା।

 

 

View this post on Instagram

 

A post shared by hepgul5 (@hepgul5)

ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁତ ଲୋକେ ସେୟାର କରୁଛନ୍ତି। ଏଥିସହିତ ଭିଡିଓ ଦେଖି ଅନେକଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଉଛନ୍ତି।

The post ଯୁବତୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଉଡ଼ାଇ ନେଇଗଲା ପକ୍ଷୀ! first appeared on Sambad.

from ବିଶେଷ | Sambad https://ift.tt/31xmOR3

Post a Comment

0 Comments