ଇଂରାଜୀରେ ଏମ.ଏ ପରେ ବି ମିଳିଲାନି ଚାକିରି, ଚା ଦୋକାନ ଖୋଲି ଆତ୍ମନିର୍ଭର ହେଉଛନ୍ତି ଟୁକଟୁକି  

କୋଲକାତା: କେବେ ମିଳିବ ଚାକିରି? କେତେ ମିଳିବ ଦରମା? ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଥିବା ଯୁବପିଢ଼ିଙ୍କୁ ଅନେକ ସମୟରେ ବାପା-ମାଙ୍କ ସହ ଅନ୍ୟମାନେ ପରାମର୍ଶ ଦେଇଥାନ୍ତି ଯେ ଯଦି କଠିନ ପରିଶ୍ରମ କରିବ, ତେବେ ସଫଳତା ପାଇବ | କୋଲକାତାର ଟୁକଟୁକି ଦାସଙ୍କ ପିତାମାତା ମଧ୍ୟ ସେହି କଥା ସବୁବେଳେ କହୁଥିଲେ | ଜଣେ ଶିକ୍ଷୟତ୍ରୀ ହେବାକୁ ଚାଁହୁଥିବା ଟୁକଟୁକି ପରିଶ୍ରମ କରିଥିଲେ | ଆଉ ଯୁକ୍ତ ଦୁଇ ପାସ କରିବା ପରେ ଇଂରାଜୀରେ ସ୍ନାତକ ଓ ସ୍ନାତକୋତର ସମ୍ପନ୍ନ କରିଥିଲେ | କିନ୍ତୁ ଏହା ପରେ ମଧ୍ୟ ସେ ଚାକିରି ପାଇପାରିଲେ ନାହିଁ | ସେ ଅନେକ ପରୀକ୍ଷା ଦେଇଥିଲେ | ଚାକିରି ଖଣ୍ଡେ ପାଇବା ପାଇଁ ସେ ସବୁକିଛି କରିଥିଲେ, କିନ୍ତୁ ସେ ସଫଳତା ପାଇପାରିଲେ ନାହିଁ | ଏଭଳି ପରିସ୍ଥିତିରେ ଟୁକଟୁକି ଚା ବିକ୍ରି କରିବା ଆରମ୍ଭ କରିଥିଲେ। ଟୁକଟୁକି ଉତ୍ତର ଚବିଶପ୍ରଗଣାର ହାଓଡ଼ା ଷ୍ଟେସନରେ ଏକ ଚା ଦୋକାନ ଖୋଲିଛନ୍ତି | ସେ ଦୋକାନର ନାମ ‘MA English Chaiwali’ ରଖିଛନ୍ତି |

ଟୁକଟୁକିଙ୍କ ବାପା ଜଣେ ଡ୍ରାଇଭର ଓ ତାଙ୍କ ମାଙ୍କର ଏକ ଛୋଟ ଦୋକାନ ଅଛି | ପ୍ରଥମେ ଦୁହେଁ ଟୁକଟୁକିଙ୍କ ଏହି ନିଷ୍ପତ୍ତିରେ ଖୁସି ନଥିଲେ। ଏହା ସତ୍ତ୍ୱେ ଟୁକଟୁକି ଚା ଦୋକାନ କରିବାକୁ ସ୍ଥିର କରିଥିଲେ। ସେ ଇଣ୍ଟରନେଟରେ ଏମବିଏ ଚାଏବାଲା ବାବଦରେ ଜାଣି ଅନୁପ୍ରାଣିତ ହୋଇଥିଲେ | ସେ କୁହନ୍ତି ଯେ, ‘ମୁଁ ବିଶ୍ୱାସ କରେ ଯେ କୌଣସି କାମ ଛୋଟ ନୁହେଁ | ସେଥିପାଇଁ ମୁଁ ମଧ୍ୟ ଏମବିଏ ଚାଏବାଲା ପରି ମୋର ଚା ’ଦୋକାନ ଖୋଲିବାକୁ ସ୍ଥିର କଲି | ପ୍ରାରମ୍ଭରେ, ଏଥିପାଇଁ ଏକ ସ୍ଥାନ ଖୋଜିବା କଷ୍ଟସାଧ୍ୟ ଥିଲା, କିନ୍ତୁ ପରେ ମୁଁ ଏଥିରେ ସଫଳ ହେଲି | ବର୍ତ୍ତମାନ ମୁଁ ଚା ଏବଂ ସ୍ନାକ୍ସ ବିକ୍ରି କରୁଛି |

photo-Bangla news live

କାରଣ ମୁଁ ଏମ.ଏ ପାସ କରିଛି, ତେଣୁ ମୁଁ ଦୋକାନର ନାମ ଏଭଳି ରଖିଛି’। ଟୁକଟୁକିଙ୍କ ପିତା ପ୍ରଶାନ୍ତ ଦାସ କହିଛନ୍ତି ଯେ ପ୍ରଥମେ ଏହି ନିଷ୍ପତ୍ତିରେ ଆମେ ଖୁସି ନଥିଲୁ। ସେ ଜଣେ ଶିକ୍ଷୟତ୍ରୀ  ହେବେ ବୋଲି ଆଶା କରି ଆମେ ପାଠ ପଢ଼ାଇଥିଲୁ | କିନ୍ତୁ ସେ ଏକ ଚା ଦୋକାନ ଖୋଲିଥିଲା। ତା’ପରେ ମୁଁ ଭାବିଲି ଯେ ଯଦି ସେ ଆତ୍ମନିର୍ଭରଶୀଳ ହେବାର ନିଷ୍ପତ୍ତି ନେଇଛି, ତେବେ ଏହା ଭଲ ହେବ’। ଚା’ ପାଇଁ ଟୁକଟୁକିଙ୍କ ଦୋକାନକୁ ଯାଉଥିବା ଲୋକମାନେ ଦୋକାନର ନାମ ପ୍ରତି ଆକର୍ଷିତ ହୁଅନ୍ତି। ଟୁକଟୁକିଙ୍କ କାହାଣୀ ଦେଶର ଅନ୍ୟ ଯୋଗ୍ୟ ଯୁବକ/ଯୁବତୀମାନଙ୍କ ପାଇଁ ପ୍ରେରଣା ହୋଇଛି ଯେଉଁମାନେ ଚାକିରି ପାଇବା ପାଇଁ ହତାଶ ହୋଇପଡୁଛନ୍ତି |

 

The post ଇଂରାଜୀରେ ଏମ.ଏ ପରେ ବି ମିଳିଲାନି ଚାକିରି, ଚା ଦୋକାନ ଖୋଲି ଆତ୍ମନିର୍ଭର ହେଉଛନ୍ତି ଟୁକଟୁକି   first appeared on Sambad.

from ବିଶେଷ | Sambad https://ift.tt/3CREwwB

Post a Comment

0 Comments