
ନୂଆଦିଲ୍ଲୀ: କୁହାଯାଏ ଯେ ଭଗବାନ ଓ ଭକ୍ତଙ୍କ ସମ୍ପର୍କ ହୃଦୟ ସହିତ ଜଡିତ ଥାଏ। ଯଦି ଭକ୍ତଙ୍କର କୌଣସି ଅସୁବିଧା ଥାଏ ତେବେ ଭଗବାନ ତାଙ୍କର ସମସ୍ତ ଅସୁବିଧା ଦୂର କରିଥାଆନ୍ତି। ଏଥିସହିତ ଭକ୍ତ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁକିଛି ବଳିଦାନ କରି ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଭଗବାନଙ୍କ ଉପରେ ବିଶ୍ବାସର ଏକ ନିଆରା ଉଦାହରଣ ଉତ୍ତରପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ପୂଜାରୀ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଭାଙ୍ଗିଥିବା ଦେଖି କାନ୍ଦିକାନ୍ଦି ଡାକ୍ତରଖାନାରେ ପହଞ୍ଚିଥିଲେ।
ଡାକ୍ତରଖାନାରେ ପହଞ୍ଚିବା ପରେ ପୂଜାରୀ ଭଗବାନ କୃଷ୍ଣଙ୍କ ମୂର୍ତ୍ତିର ଚିକିତ୍ସା ପାଇଁ ଡାକ୍ତରମାନଙ୍କ ନିକଟରେ ନିବେଦନ କରିବାକୁ ଲାଗିଥିଲେ। ପୂଜାରୀ କାନ୍ଦିକାନ୍ଦି ଡାକ୍ତରଙ୍କୁ କହିଥିଲେ ଯେ ଭଗବାନ କୃଷ୍ଣଙ୍କୁ ସେ ଗାଧୋଇବା ସମୟରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ପୂଜାରୀ ଡାକ୍ତରଙ୍କୁ ଲଡୁ ଗୋପାଳଙ୍କ ହାତର ପ୍ଲାଷ୍ଟର କରିବାକୁ କହିଥିଲେ।
नि:स्वार्थ भक्ति की कहानी
“लड्डू गोपाल” का आगरा के अस्पताल में इलाज
आगरा जिला अस्पताल के डॉक्टरों को इस “लड्डू गोपाल” का इलाज करने का विशेष सौभाग्य मिला
1/3 pic.twitter.com/cyDwsh0UfP— हमारे मंदिर (@ourtemples_) November 20, 2021
ପ୍ରଥମେ ଡାକ୍ତର ପୂଜାରୀଙ୍କୁ ବୁଝାଇଥିଲେ କି ମୂର୍ତ୍ତିର ପ୍ଲାଷ୍ଟର ହୋଇପାରିବ ନାହିଁ। କିନ୍ତୁ ଯେତେବେଳେ ପୂଜାରୀ ଡାକ୍ତରଙ୍କ ପାଖରେ ତାଙ୍କ ଭଗବାନଙ୍କୁ ଠିକ କରି ଦେବାକୁ କାକୁତି ମୀନତି ହୋଇଥିଲେ ଡାକ୍ତର ରାଜି ହୋଇଥିଲେ। ଡାକ୍ତର ଭଗବାନ କୃଷ୍ଣଙ୍କ ପ୍ରତିମାର ପ୍ଲାଷ୍ଟର କରିଥିଲେ।
ଏହା ପରେ ପୂଜାରୀ ବହୁତ ଖୁସି ହୋଇ ଘରକୁ ଫେରିଥିଲେ।
ପୂଜାରୀ କହିଛନ୍ତି ଯେ ଲଡୁ ଗୋପାଳଙ୍କ ହାତ ଭାଙ୍ଗିବା ପରେ ସେ ନିଜେ ପ୍ଲାଷ୍ଟର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅସଫଳ ରହିଥିଲେ। ଏହା ପରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଇଥିଲେ। ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସହିତ ପୂଜାରୀଙ୍କ କାନ୍ଦୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଲୋକମାନେ ପୂଜାରୀଙ୍କ ଭକ୍ତିକୁ ପ୍ରଶଂସା କରୁଛନ୍ତି |
The post ଭଗବାନ କୃଷ୍ଣଙ୍କ ହାତ ଭାଙ୍ଗି ଯାଇଥିବା ଦେଖି କାନ୍ଦିକାନ୍ଦି ଡାକ୍ତରଙ୍କ ପାଖକୁ ଗଲେ ପୂଜାରୀ first appeared on Sambad.from ବିଶେଷ | Sambad https://ift.tt/3DDDQLN
0 Comments