
ଭୁବନେଶ୍ବର : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତା ୧୨ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପୂର୍ବରୁ ରାଜ୍ୟ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଲାଗି ୧୦ଦିନର ମହଲତ ଦିଆଯାଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିବା ପରିବର୍ତେ କଳାହାଣ୍ଡିର ଭବାନୀପାଟଣାଠାରେ ହୋଇଥିବା କାର୍ଯ୍ୟକ୍ରମରେ ପାଖରେ ବସାଇବାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ତଥା ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସଂପୃକ୍ତିକୁ ନେଇ ରାଜ୍ୟବ୍ୟାପୀ ଜନସାଧାରଣଙ୍କ ଭିତରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ପୁଲିସ୍ ଛାଉଣୀ ଭିତରେ ମନ୍ତ୍ରୀଙ୍କୁ ପାଖରେ ବସାଇ ମନ୍ତ୍ରୀଙ୍କ ଭାଷଣ ପରେ ତାଳିମାରି ଉତ୍ସାହିତ କରିଛନ୍ତି। ଯାହାକି ରାଜ୍ୟର ଅଗଣିତ ମା’ ଓ ଭଉଣୀମାନଙ୍କ ପ୍ରତି ଉପହାସ। ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତିକ୍ରମେ ୧୨ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶା ବନ୍ଦରେ ସାମିଲ ହେବା ପାଇଁ ରାଜ୍ୟବାସୀଙ୍କୁ ଶ୍ରୀ ଜ୍ଞାନେନ୍ଦ୍ର ନିବେଦନ କରିଛନ୍ତି। ଓଡ଼ିଶା ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ସେବାରେ ନିୟୋଜିତ ଯାନ ଓ ବ୍ୟକ୍ତିବିଶେଷଙ୍କୁ ଯାତାୟର ସୁଯୋଗ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
The post ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସମର୍ଥନ ମୁଖ୍ୟମନ୍ତ୍ରୀଙ୍କର ଏକ ଭୁଲ୍ ନିଷ୍ପତ୍ତି, ୧୨ରେ କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ first appeared on Sambad.from ବିଶେଷ | Sambad https://ift.tt/3Ddmi97
0 Comments