ରେଳଧାରଣାରେ ପକ୍ଷୀ ବସିଥିବାର ଫଟୋ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛି ନା କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରିଥା’ନ୍ତି।  ସେ ପ୍ରେରଣାଦାୟକ ଭିଡିଓ ହେଉ ଅବା ମଜାଳିଆ  ଭିଡିଓ କି ପୋଷ୍ଟ ହେଉ।  ଏପରିକି ସେ ତାଙ୍କ ଫଲୋୟର୍ସଙ୍କ ଭିଡିଓକୁ ବି ସେୟାର କରିଥାଆନ୍ତି।  ସର୍ବଦା ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରୁଥିବା ଆନନ୍ଦ ମହିନ୍ଦ୍ରା ନିକଟରେ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଏକ ପକ୍ଷୀ ରେଳ ଧାରଣାରେ ବସିଥିବାର ଦେଖିବାକୁ ମିଳୁଛି।

ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଫଟୋ ଆନନ୍ଦ ମହିନ୍ଦ୍ରା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହାକୁ ସେୟାର କରି ଆନନ୍ଦ ମହିନ୍ଦ୍ରା ଏପରି ଏକ କଥା ଲେଖିଛନ୍ତି, ଯାହା ବିଷୟରେ ଆପଣ ଚିନ୍ତା କରିବାକୁ ବାଧ୍ୟ ହେବେ ।

 

ଭାଇରାଲ ହୋଇଥିବା ଫଟୋରେ ଲେଖାଥିଲା, ଜଣେ ମାତା, ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରେଳ ଇଞ୍ଜିନିୟରିଂର ଡିଗ୍ରି ସହିତ।’

ଏହି ଭିଡିଓ ଦେଖିବା ପରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛନ୍ତି। ଏହି କ୍ୟାପସନକୁ ଦେଖିଲେ ଏହା ବୁଝି ହୋଇଯିବ ଯେ ଆନନ୍ଦ ମହିନ୍ଦ୍ରା କେତେ ବ୍ୟବସାୟିକ ମନୋବୃତ୍ତିର ଅଟନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। ଏପର୍ଯ୍ୟନ୍ତ ୨୩,୦୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଥିବାବେଳେ ୨୦୦୦ ରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି।

The post  ରେଳଧାରଣାରେ ପକ୍ଷୀ ବସିଥିବାର ଫଟୋ ସେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ ଏଭଳି କଥା… first appeared on Sambad.

from ବିଶେଷ | Sambad https://ift.tt/32ymdPM

Post a Comment

0 Comments