୬୭ ବର୍ଷ ବୟସରେ କଶ୍ମୀରରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା, ୧୨ ଦିନରେ ସମ୍ପୂର୍ଣ୍ଣ କରି କଲେ ରେକର୍ଡ

ନୂଆଦିଲ୍ଲୀ: ବୟସ ତାଙ୍କ ପାଇଁ କେବଳ ଏକ ସଂଖ୍ୟା | ଯେଉଁ ବୟସରେ ଘରେ ବିଶ୍ରାମ କରିବା କଥା ସେହି ବୟସରେ ସେ କଶ୍ମୀରରୁ କନ୍ୟାକୁମାରୀ ଯାତ୍ରା ସାଇକେଲ ମାଧ୍ୟମରେ ସମ୍ପୂର୍ଣ୍ଣ କରିଛନ୍ତି | ଆଜି ଆମେ ମୋହିନ୍ଦର ସିଂ ଭରାଜଙ୍କ ବାବଦରେ କହିବୁ, ଯିଏ ଏହି ଯାତ୍ରା କରି ନୂଆ ରେକର୍ଡ କରିଛନ୍ତି | ୬୭ ବର୍ଷ ବୟସରେ କଶ୍ମୀରରୁ କନ୍ୟାକୁମାରୀକୁ ସାଇକେଲ ଯୋଗେ ସେ ଯାତ୍ରା କରି ମାତ୍ର ୧୨ ଦିନ ମଧ୍ୟରେ ଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି |

ମୋହିନ୍ଦର ସିଂ ନିଜକୁ ବୃଦ୍ଧ ବୋଲି କହିବା ପରିବର୍ତ୍ତେ ନିଜକୁ ୬୭ ବର୍ଷର ଯୁବକ ବୋଲି କହିବାକୁ ପସନ୍ଦ କରନ୍ତି | ସେ ଶ୍ରୀନଗରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୩୬୦୦ କିଲୋମିଟର ଦୂରତାକୁ ମାତ୍ର ୧୨ ଦିନରେ ସମ୍ପୂର୍ଣ୍ଣ କରିଛନ୍ତି | ମୋହିନ୍ଦର କହିଛନ୍ତି ଯେ ମୁଁ ୬୭ ବର୍ଷର ବୃଦ୍ଧ ଅପେକ୍ଷା ନିଜକୁ ୬୭ ବର୍ଷର ଯୁବକ ଭାବରେ ଶୁଣିବାକୁ ପସନ୍ଦ କରେ | ସେଥିପାଇଁ ମୋର ସାଙ୍ଗମାନେ ମୁଖ୍ୟତଃ ୧୮ ରୁ ୪୫ ବର୍ଷ ମଧ୍ୟରେ ଯୁବକ ହିଁ ଅଛନ୍ତି |

ମୋହିନ୍ଦର ଏବଂ ତାଙ୍କ ଦଳ କଶ୍ମୀରରୁ ଗତ ୨୫ ତାରିଖ ଦିନ କନ୍ୟାକୁମାରୀ ଅଭିମୁଖେ ଯାତ୍ରା ଆରମ୍ଭ କରି ରବିବାର ରାତି ୨ଟାରେ କନ୍ୟାକୁମାରୀରେ ପହଞ୍ଚିଥିଲେ | ବର୍ତ୍ତମାନ ସେମାନେ କନ୍ୟାକୁମାରୀରୁ ମହାରାଷ୍ଟ୍ର ଯାଉଛନ୍ତି | ମୋହିନ୍ଦର କହିଛନ୍ତି ଯେ ତାଙ୍କ ଯାତ୍ରା ବହୁତ ରୋମାଞ୍ଚକର ଥିଲା। ସେ କହିଛନ୍ତି ଯେ ଭବିଷ୍ୟତରେ ମଧ୍ୟ ସେ ସାଇକେଲିଂ ଜାରି ରଖିବେ। ଅନେକ କିଛି ହାସଲ କରିବାକୁ ଏବେ ବି ବାକି ଅଛି।

The post ୬୭ ବର୍ଷ ବୟସରେ କଶ୍ମୀରରୁ କନ୍ୟାକୁମାରୀ ସାଇକେଲରେ ଯାତ୍ରା, ୧୨ ଦିନରେ ସମ୍ପୂର୍ଣ୍ଣ କରି କଲେ ରେକର୍ଡ first appeared on Sambad.

from ବିଶେଷ | Sambad https://ift.tt/3bVavjn

Post a Comment

0 Comments