ମଞ୍ଚରେ ଗୀତ ଗାଉଥିବା ବେଳେ ଗାୟିକାଙ୍କ ଉପରେ ବାଲଟିବାଲଟି ଟଙ୍କା ହେଲା ବର୍ଷା

ନୂଆଦିଲ୍ଲୀ: ଲତା ମଙ୍ଗେଶକର, ମହମ୍ମଦ ରଫିଙ୍କ ଠାରୁ ଆରମ୍ଭ କରି ଜୁବିନ୍ ନାଉଟିଆଲ ପର୍ଯ୍ୟନ୍ତ ଅନେକ ଗାୟକଙ୍କ ସ୍ବର ସର୍ବଦା ଚର୍ଚ୍ଚାରେ ରହିଥାଏ। ବଲିଉଡ ବ୍ୟତୀତ ଦେଶରେ ଏପରି ଅନେକ ଲୋକ ଗାୟକ/ଗାୟିକା ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ସ୍ୱରର ଯାଦୁରେ ସମସ୍ତଙ୍କ ହୃଦୟ ଜିତି ନେଇଥାଆନ୍ତି। ଲୋକମାନେ ଗାୟକ/ଗାୟିକାଙ୍କ ସ୍ବରରେ ଏତେ ଖୁସି ହୋଇଯାଇଥାଆନ୍ତି କି ସେମାନଙ୍କୁ ଉପହାର ବି ଦେଇ ଥାଆନ୍ତି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକମାନେ ବାଲଟିବାଲଟି ଟଙ୍କା ଗାୟିକା ଉର୍ବଶୀ ରାଦାଦିଆଙ୍କ ଉପରେ ବର୍ଷା କରୁଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୁଜୁରାଟୀ ଗାୟିକା ଉର୍ବଶୀ ରାଦାଦିଆ ମଞ୍ଚ ଉପରେ ବସି ଏକ ଭଜନ ଗାଉଛନ୍ତି। ଭଜନ ଗାଉଥିବା ସମୟରେ ତାଙ୍କର ଜଣେ ପ୍ରଶଂସକ ଉର୍ବଶୀଙ୍କ ସ୍ବରରେ ଏତେ ମୁଗ୍ଧ ହୋଇଗଲେ ଯେ ସେ ମଞ୍ଚ ଉପରେ ଚଢ଼ି ଗାୟିକାଙ୍କ ଉପରେ ବାଲଟି ବାଲଟି ଟଙ୍କା ବର୍ଷା କରୁଛନ୍ତି। କିଛି ସମୟ ମଧ୍ୟରେ ଗାୟିକା ଟଙ୍କାରେ ଲୁଚି ଯାଉଛନ୍ତି। ଯାହାକି ଆପଣ ଭିଡିଓରେ ଦେଖି ପାରି‌ବେ।

 

 

View this post on Instagram

 

A post shared by Viral Bhayani (@viralbhayani)

ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ବିରଳ ଭୟାନି ସେୟାର କରିଛନ୍ତି। ଏହାକୁ ସେୟାର କରି ଭାୟାନି କ୍ୟାପସନରେ ଲେଖିଛନ୍ତି, ‘ହଁ ପ୍ରକୃତ ଟଙ୍କା! ଲୋକ ଗାୟିକା # urvashiraddiyaଙ୍କ ପ୍ରଶଂସକ ଅଛନ୍ତି ଏବଂ ତାଙ୍କ ଗୀତଗୁଡ଼ିକୁ ତାଙ୍କର ପ୍ରତ୍ୟେକ ଲାଇଭ୍ ସୋ’ରେ ଏଭଳି ପ୍ରତିକ୍ରିୟା ମିଳିଥାଏ । ତାଙ୍କ ପାଇଁ କିଛି ଅସାଧାରଣ ନୁହେଁ, ସେ ପରେ ଏହି ସଂଗୃହୀତ ଟଙ୍କାକୁ ବିବାହ ଏବଂ ଗରିବ ଝିଅମାନଙ୍କର ଅନ୍ୟାନ୍ୟ ଭଲ କାର୍ଯ୍ୟ ପାଇଁ ବ୍ୟବହାର କରନ୍ତି |

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ଭିଡିଓଟି ଗାୟିକା ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

The post ମଞ୍ଚରେ ଗୀତ ଗାଉଥିବା ବେଳେ ଗାୟିକାଙ୍କ ଉପରେ ବାଲଟିବାଲଟି ଟଙ୍କା ହେଲା ବର୍ଷା first appeared on Sambad.

from ବିଶେଷ | Sambad https://ift.tt/3nvR3QW

Post a Comment

0 Comments