
ନାଗପୁର: ଦୁନିଆରେ ବିଭିନ୍ନ ପ୍ରକାର ଜଙ୍ଗଲ ଅଛି। ଏହି ଜଙ୍ଗଲରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ରହି ଥାଆନ୍ତି। ଏଯାବତ ଏମିତି ବି କିଛି ଜୀବଜନ୍ତୁ ଅଛନ୍ତି ଯାହାକି ଲୋକଙ୍କ ନଜରକୁ ଆସି ନାହାନ୍ତି। ନିକଟରେ ମହାରାଷ୍ଟ୍ରର ମେଲଘାଟ ଜଙ୍ଗଲରେ ତିନିଟି ବିରଳ ଅହିରାଜ ସାପକୁ ଏକାଠି ଦେଖିବାକୁ ମିଳିଥିଲା। ଏହି ତିନିଟି ଅହିରାଜଙ୍କ ଫଟୋ ଦେଖିଲେ ଭୟ ଲାଗୁଛି। ସୋସିଆଲ ମିଡିଆରେ ଏହା ପୋଷ୍ଟ ହେବା ପରେ ଭାଇରାଲ ହୋଇଯାଇଛି।
ଏହି ଫଟୋ ମେଲଘାଟ ଜଙ୍ଗଲରେ ନିଆଯାଇଛି। ଏଥିରେ ତିନିଟି ଅହିରାଜ ଗୋଟିଏ ଗଛରେ ଗୁଡ଼ାଇ ହୋଇ ରହିଛନ୍ତି। ଏଥିସହିତ ଫଣା ଟେକି ରହିଥିବା ବି ଦେଖିବାକୁ ମିଳିଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏଭଳି କଳା ରଙ୍ଗର ଅହିରାଜ ଦୃଶ୍ୟ ବିରଳ ଅଟେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ କହିଛନ୍ତି ଯେ ଜଙ୍ଗଲରେ ଏପରି ଅହିରାଜ ଓ ଅଜଗର ପ୍ରାୟତଃ ସେମାନେ ଦେଖିବାକୁ ପାଇଥାଆନ୍ତି। କେବଳ ସାପ ନୁହେଁ, ବିଭିନ୍ନ ପ୍ରକାର ବିରଳ ଜନ୍ତୁକୁ ସେମାନେ ଦେଖିଛନ୍ତି। ତେବେ ତିନିଟି କଳା ରଙ୍ଗର ଅହିରାଜ ଏକାଠି ଗୁଡ଼ାଇ ହୋଇ ରହିବା ଦୃଶ୍ୟ ଦେଖି ଯେତିକି ଭୟ ଲାଗୁଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ।
The post ଗୋଟିଏ ଗଛରେ ଗୁଡ଼ାଇ ହୋଇ ଫଣା ଟେକି ରହିଛନ୍ତି ତିନିଟି ବିରଳ କଳା ରଙ୍ଗର ଅହିରାଜ first appeared on Sambad.
from ବିଶେଷ | Sambad https://ift.tt/3ceBpmN
0 Comments