ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକଙ୍କ ଇଚ୍ଛା ଓ ସ୍ବପ୍ନ ଥାଏ କି ସେମାନେ ନିଜ ରୋଜଗାରରେ ଏମିତି ଏକ ଘର ନିର୍ମାଣ କରିବେ୍ ଯେଉଁଥିରେ ଶାନ୍ତି ରହିବେ। ଆଜିକାଲି ଲୋକମାନେ ସେମାନଙ୍କର ସ୍ୱପ୍ନର ଘର ତିଆରି କରିବା ପାଇଁ ସମସ୍ତ ପୁଞ୍ଜି ଲଗାଇ ଦେଉଛନ୍ତି। କିନ୍ତୁ ଆଜି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଘର ବଦଳରେ ମାଟି ଘରେ ରହିବାକୁ ପସନ୍ଦ କରନ୍ତି ।
ପୁଣେର ଏକ ଦମ୍ପତି ଏଭଳି ଏକ ଘର ନିର୍ମାଣ କରିଛନ୍ତି। ଯେଉଁଥିପାଇଁ ସେମାନେ ଚର୍ଚ୍ଚାରେ ରହିଛନ୍ତି। ବିଶେଷ କଥା ଟି ହେଉଛି ଦୁହେଁ ଏହି ମାଟି ଘରକୁ ନିଜ ହାତରେ ନିର୍ମାଣ କରିଛନ୍ତି । ୭୦୦ ବର୍ଷ ପୁରୁଣା କୌଶଳ ବ୍ୟବହାର କରି ଏହି ଘର ନିର୍ମାଣ କରିଛନ୍ତି ।
ପୁଣେର ବାସିନ୍ଦା ଯୁଗା ଅଖାରେ ଓ ସାଗର ଶିରୁଡେ ନିଜ କଠିନ ପରିଶ୍ରମ ବଳରେ ଦୁଇ ମହଲାର ମାଟି ଘର ନିର୍ମାଣ କରିଛନ୍ତି। ଏଥିସହିତ ଗାଁର ଲୋକମାନେ ମଧ୍ୟ ଏହି ଘରର ବିଶେଷତା ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କାରଣ ସେମାନଙ୍କର କାଦୁଅ ଘର ପାଣିରେ ଧୋଇଯାଏ, କିନ୍ତୁ ଯୁଗା ଏବଂ ସାଗରଙ୍କ ଘରେ ପାଣି ପହଞ୍ଚି ପାରେ ନାହିଁ। ଏମିତି କି ବାତ୍ୟା-ପବନ ଆସିଲେ ବି ଦୁହିଁଙ୍କ ଏଘରର କୌଣସି କ୍ଷତି ହୋଇ ନଥାଏ।
ପ୍ରକାଶିତ ରିପୋର୍ଟ ମୁତାବକ, ଉଭୟ ବୃତ୍ତିରେ ଜଣେଜଣେ ଆର୍କିଟେକ୍ଟ। ଦୁହେଁ ଅନେକ ଅନୁଷ୍ଠାନ ଏବଂ କୋଠାର ପରିକଳ୍ପନା କରିଛନ୍ତି । ଏହି କାରଣରୁ, ଦୁହେଁ ନିଜ ମାଟିର ଘରକୁ ଏକ ସ୍ୱତନ୍ତ୍ର ଡିଜାଇନ୍ ସହିତ ନିର୍ମାଣ କରିଥିଲେ । ଯୁଗା ଅଖାରେ ଓ ସାଗର ଶିରୁଡେ ନିଜ ହାତର ତିଆରି କରିଥିବା ଏହି ଘରର ନାମ ଦେଇଛନ୍ତି ‘ମିଟି ମହଲ’ ।
The post ୭୦୦ବର୍ଷ ପୁରୁଣା କୌଶଳ ବ୍ୟବହାର କରି ଦମ୍ପତ୍ତି ତିଆରି କଲେ ମାଟିର ଦୁଇମହଲା ଘର first appeared on Sambad.from ବିଶେଷ | Sambad https://ift.tt/315Xt0g
0 Comments